ଏପ୍ରିଲ୍‌ ୨୯ ସନ୍ଧ୍ୟାରୁ ଲକ୍‌ଡାଉନ୍‌…

ପଣଜୀ,୨୮।୪: ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଏବଂ କର୍ଫ୍ୟୁ ଘୋଷଣା କରାଯାଇଛି। ଏପରିସ୍ଥଳେ ଗୋଆରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ୬ ଦିନିଆ ଲକ୍‌ଡାଉନ୍‌ ଜାରି ସମ୍ପର୍କରେ ବୁଧବାର ଘୋଷଣା କରିଛନ୍ତି। ଏପ୍ରିଲ୍‌ ୨୯ ସନ୍ଧ୍ୟାରୁ ଗୋଆରେ ଲମ୍‌ଡାଉନ୍‌ ଆରମ୍ଭ ହେବ। ଏହା ମେ’୩ ସକାଳ ପର୍ଯ୍ୟନ୍ତ ଜାରି ରହିବ। ସମୀକ୍ଷା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍‌ ରାଣେ ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସେବା ପୂର୍ବପରି କାର୍ଯ୍ୟ କରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ୧୫ ହଜାର ୨୬୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିକରି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି। ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସରକାର କହିଛନ୍ତି।

Share