ଚାଇନାରେ ଲକ୍‌ଡାଉନ୍‌, ୟୁଝାଉରେ ୧୦ ଲକ୍ଷ ଲୋକ ଘରେ ବନ୍ଦ…

ବେଜିଂ, ୪।୧ : ଚାଇନାରେ ପୁଣି କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ହେନାନ୍‌ ପ୍ରଦେଶର ୟୁଝାଉ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ସହରର ୧୦ ଲକ୍ଷରୁ ଅଧିକ ଲୋକ ଘରେ ବନ୍ଦ ରହିଛନ୍ତି। ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରୁ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଶୀତକାଳୀନ ଅଲିମ୍ପିକ୍ସ୍‌ ପାଇଁ ଆଉ ପ୍ରାୟ ମାସେ ସମୟ ରହିଥିବାବେଳେ କରୋନା ସଂକ୍ରମଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି।

ଗତ ୨୪ ଘଣ୍ଟାରେ ଚାଇନାରେ ୧୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ରୋକିବା ଲାଗି ବିଭିନ୍ନ ସହର ମଧ୍ୟରେ ଚଳାଚଳାକୁ ବନ୍ଦ କରାଯାଇଛି।

Share