ଚାଇନାରେ ଲକ୍‌ଡାଉନ, କୋଟିଏରୁ ଅଧିକ ଘରେ ବନ୍ଦୀ…

ବେଜିଂ, ୬।୭ : ଚାଇନାରେ କାରୋନା ମହାମାରୀର ବିଏ.୫.୨ ଭାରିଆଣ୍ଟ ସଂକ୍ରମଣ ବ୍ୟପାିବାରେ ଲାଗିଛି। ଫଳରେ ସୁରକ୍ଷ ାଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଜାରି ହୋଇଛି। ଏହା ଦ୍ୱାରା କୋଟିଏରୁ ଅଧିକ ଲୋକ ଘରେ ବନ୍ଦୀ ରହିବାକୁ ବାଧ୍ୟ ହୋଇଛନ୍ତି। ବୁଧବାର ପ୍ରମୁଖ ପର୍ଯ୍ୟଟନ ସହରରେ ବ୍ୟବସାୟ ବନ୍ଦ ରହିଛି। ଏକ ନୂତନ ଲକଡାଉନ କ୍ଲଷ୍ଟର ଗଠନ ସହିତ, ସମ୍ପୂର୍ଣ୍ଣ ପ୍ରତିବନ୍ଧକର ଭୟ ଦେଶକୁ ପୁଣି ଫେରି ଆସିଛି।

ବୁଧବାର ଦେଶରେ ୩୦୦ରୁ ଅଧିକ ସଂକ୍ରମଣ ହୋଇଥିବା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ଦେଶର ବୃହତ୍ତମ ସହର ସାଂଘାଇ ଏବଂ ଐତିହାସିକ ଉତ୍ତର ସିଆନ ସହରରେ ଏହି ନୂତନ ଲକ୍‌ଡାଉନ କ୍ଲଷ୍ଟର ଗଠନ କରାଯାଇଛି। କର୍ତ୍ତୃପକ୍ଷ ପୁଣି ଥରେ ସହରର ଅଧାରୁ ଅଧିକ ଜିଲାରେ ବ୍ୟାପକ ପରୀକ୍ଷା ଆରମ୍ଭ କରିଛନ୍ତି। ଏଥିସହ ବୁଧବାର ସମସ୍ତ କରୋକ ବାର ବନ୍ଦ ରହିଛି।

ସିୟାନରେ, ଗତ ବର୍ଷ ଶେଷରେ ୧୩ ନିୟୁତ ଲୋକଙ୍କୁ ଲ୍‌କଡାଉନରେ ରହିବାକୁ ପଡ଼ିଥିଲା। ଏବେ ଏଠାରେ ୨୯ ଜଣ ଆକାନ୍ତଙ୍କୁ ଚିହ୍ନଟ କରାଯିବା ପରେ ପୁନର୍ବାର ଅସ୍ଥାୟୀ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରାଯାଇଛି। ଏଥିମଧ୍ୟରୁ ଅଧିକାଂଶ ବର୍ଜ୍ୟବସ୍ତୁ ପରିଚାଳନା କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି।

ପବ, ଇଣ୍ଟରନେଟ କାଫେ ଏବଂ କରୋକ ବାର୍‌ ଭଳି ସର୍ବସାଧାରଣ ମନୋରଞ୍ଜନ ସ୍ଥାନଗୁଡ଼ିକ ମଙ୍ଗଳବାର ବୁଧବାର ମଧ୍ୟରାତ୍ରିରୁ ବନ୍ଦ ରହିଛି। ରାଜ୍ୟ ଗଣମାଧ୍ୟମ ମଙ୍ଗଳବାର ମଧ୍ୟରାତ୍ରିରେ ପରୀକ୍ଷା ପାଇଁ ଲାଇନରେ ଠିଆ ହୋଇଥିବା ସିଆନ ବାସିନ୍ଦାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ କରିଥିଲା। ମହାମାରୀର ଟ୍ରାକ କରୁଥିବା ବିଶେଷଜ୍ଞମାନେ କହିଛନ୍ତି ଯେ ସମସ୍ତ ନୂତନ ମାମଲା ଓମିକ୍ରନ ଭାରିଆଣ୍ଟର ବିଏ.୫.୨ରୁ ଆସିଛି।

ସଦ୍ୟତମ ମାମଲା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ପାଇଁ ଏକ ନୂତନ ଆହ୍ବାନ ସୃଷ୍ଟି କରିଛି। ଜାପାନର ବ୍ୟାଙ୍କ ନୋମୁରା ଆକଳନ କରିଛି ଯେ ଅତି କମରେ ୧୧୪.୬ ନିୟୁତ ଲୋକ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଲକ୍‌ଡାଉନରେ ଅଛନ୍ତି। ଗତ ସପ୍ତାହର ସଂଖ୍ୟା ୬୬.୭ ମିଲିୟନ ତୁଳନାରେ ଏହା ବହୁ ଅଧିକ ରହିଛି। ଗତ ସପ୍ତାହରେ କରୋନାର ୧୦୦୦ ନୂଆ ମାମଲା ଚିହ୍ନଟ ହୋଇଥିଲା। କେନ୍ଦ୍ରୀୟ ଅନୁହୁ ପ୍ରଦେଶରେ ଏହାକୁ ଚିହ୍ନଟ ହୋଇଥିଲା।

Share