ଚାଇନାରେ ଲକ୍‌ଡାଉନ୍‌, ଅଫିସ୍‌ରେ ରହୁଛନ୍ତି ୨୦ ହଜାର କର୍ମଚାରୀ…

ବେଜିଂ, ୩୦।୩ : ସମଗ୍ର ୟୁରୋପ ସମେତ ଚାଇନାକୁ କରୋନା ମହାମାରୀ ପୁଣି ଫେରିଛି। ନୂଆ ଭାରିଆଣ୍ଟ ଚାଇନାରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଦ୍ରୁତ ଗତିରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଚାଇନାର ବହୁ ସହରରେ ଲକଡାଉନ ଲାଗୁ କରାଯାଇଛି। ଚାଇନାର ଆର୍ଥିକ ସହର ସାଂଘାଇର ଅଧା ବନ୍ଦ ରହିଛି। ମଙ୍ଗଳବାର ଚାଇନାରେ ରେକର୍ଡ ସଂଖ୍ୟକ ୪୪୭୭ ମାମଲା ଚିହ୍ନଟ ହୋଇଛି।

ଏଭଳି ପରିସ୍ଥିତିରେ ଗୋଟିଏ ପରେ ଗୋଟିଏ ସହରରେ ଲକ୍‌ଡାଉନ୍‌ ଘୋଷଣା ଯୋଗୁ ଦେଶର ଅର୍ଥନୀତି ପାଇଁ ସଙ୍କଟ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ କର୍ମଚାରୀମାନଙ୍କ ପାଇଁ ଅଫିସରେ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି। ସାଂଘାଇର ଲୁଜିଆଜୁଇ ଜିଲାରେ ପ୍ରାୟ ୨୦ ହଜାର କର୍ମଚାରୀ, ବ୍ୟାଙ୍କର୍‌ ଏବଂ ବ୍ୟବସାୟୀମାନେ ଅଫିସରେ ରହୁଛନ୍ତି। ସେମାନଙ୍କ ପାଇଁ ଏଠାରେ ଶୋଇବାର ବ୍ୟବସ୍ଥା କରାଯାଇଛି।

ସାଂଘାଇର ଲୁଜିଆଜୁଇ ସହର ଶେୟାର, ବଣ୍ଡ ଏବଂ ବୈଦେଶିକ ମୁଦ୍ରା ପାଇଁ ଚାଇନାର ସବୁଠାରୁ ବଡ ବଜାର। ଗତ ବର୍ଷ ଏଠାରେ ୨୫୦୦ ଟ୍ରିଲିୟନ ୟୁଆନ (୨୯୨ ଟ୍ରିଲିୟନ ଡଲାର) ରୁ ଅଧିକ ଆର୍ଥିକ କାରବାର ହୋଇଥିଲା। ଏଭଳି ପରିସ୍ଥିତିରେ ଲକ୍‌ଡାଉନ୍‌ ଦ୍ୱାରା ଏଠାରେ ଅର୍ଥନୀତି ନଷ୍ଟ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖ ଲକ୍‌ଡାଉନ୍‌ ଘୋଷଣା ପୂର୍ବରୁ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ଡକାଯାଇଥିଲା। ଲୁଜିଆଜୁଇରେ ୨୮୫ ଟି ଅଫିସ ଟାୱାର ଅଛି। ଏହା ବ୍ୟତୀତ ବହୁ ଅଣ-ଆର୍ଥିକ ପ୍ରତିଷ୍ଠାନ ମଧ୍ୟ ଏଠାରେ ରହିଛି।

Share