Categories: ଜାତୀୟ

ଜୁଲାଇ ୧୯ ପର୍ଯ୍ୟନ୍ତ ବଢିଲା ଲକଡାଉନ୍‌

ଚେନ୍ନାଇ,୧୦ ।୭: ତାମିଳନାଡୁରେ କରୋନା ଗ୍ରାଫ୍ ତଳମୁହାଁ ହୋଇଥିଲେ ବି ରାଜ୍ୟ ସରକାର ଏତେଶୀଘ୍ର ନିୟମ କୋହଳ କରିବା ମୁଡରେ ନାହାଁନ୍ତି । ଏମ୍ କେ ଷ୍ଟାଲିନଙ୍କ ସରକାର ରାଜ୍ୟରେ ୧୯ ଜୁଲାଇ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ତେବେ ପୂର୍ବରୁ ରହିଥିବା କଟକଣାରେ କିଛିଟା କୋହଳ କରାଯାଇଛି । ଏବେ ହୋଟେଲ, ଚା’ଦୋକାନ, ବେକରି, ରାସ୍ତାକଡ ଦୋକାନ, ଜଳଖିଆ ଦୋକାନ ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ରାତି ୯ଟ ପର୍ଯ୍ୟନ୍ତ ଖୋଲିପାରିବ । ହେଲେ ସ୍କୁଲ, କଲେଜ, ଥିଲଟର, ବାର, ସୁଇମିଂ ପୁଲ ଆଦି ପୂର୍ବଭଳି ବନ୍ଦ ରହିବ । ସମାଜିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ । ପୂର୍ବରୁ ଯେଉଁସବୁ ଦୋକାନ ରାତି ୮ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଥିଲା ଏବେ ତାହା ରାତି ୯ଟା ପଯ୍ୟନ୍ତ ଖୋଲି ପାରିବ । ସୂଚନାଯୋଗ୍ୟ, ତାମିଲାଡୁରେ ଏପର୍ଯ୍ୟନ୍ତ ୨୫.୧୦ ଲକ୍ଷ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩୩,୩୨୨ ଜଣଙ୍କ ମୃତ୍ୟୁ ହୋଇସାରିଛି ।

Share