ସୋମବାରଠାରୁ ସପ୍ତାହେ ପାଇଁ ଏହି ଦେଶରେ ଲକ୍‌ଡାଉନ୍‌…

ତେହେରାନ,୧୫।୮: କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଇରାନ୍‌ରେ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟରୁ ଦେଶରେ ସୋମବାରଠାରୁ ସପ୍ତାହେ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଏହି ସମୟରେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସହିତ ଜରୁରୀ କାଳୀନ ସେବା ପୂର୍ବ ଭଳି ଜାରି ରହିବ ବୋଲି ସରକାରଭ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୨୭ ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରକୁ ବାହାରିବା ଅବା ରାସ୍ତାରେ ଯିବା ଆସିବା କରିବାକୁ ବାରଣ କରାଯାଇଛି। ଦେଶରେ ଡେଲ୍ଟା ଭାରିଆଣ୍ଟ୍‌ ଯୋଗୁ ସଂକ୍ରମଣ ବଢୁଥିବାରୁ ସରକାରଙ୍କ ଚିନ୍ତାରେ ପଡ଼ିଛନ୍ତି।

ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଯାନଗୁଡିକ ଲକ୍‌ ଡାଉନ୍‌ ସମୟରେ କଟକଣାମୁକ୍ତ ହେବେ ବୋଲି ଇରାନ୍‌ର କରୋନା ଟାସ୍କ ଫୋର୍ସ ମୁଖପାତ୍ର ଆଲିରେଜ ରାୟସି କହିଛନ୍ତି। ଖାଦ୍ୟ ସାମଗ୍ରୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଏବଂ ଆମ୍ବୁଲାନ୍ସ ବ୍ୟତୀତ ସଡ଼କରେ ଯାତାୟତ କରିବା ସମସ୍ତଙ୍କ ପାଇଁ ବନ୍ଦ ରହିବ। ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯,୭୦୦ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟରେ ୪୬୬ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଦେଶରେ କରୋନାରୁ ମୃତ୍ୟୁ ସଂଖ୍ୟା ୯୭,୨୦୮ରେ ପହଞ୍ଚିଛି।

Share