Categories: ଜାତୀୟ

ଆସନ୍ତା କାଲିଠାରୁ ଉତ୍ତର ପ୍ରଦେଶରେ ଲକଡାଉନ

ଲକ୍ଷ୍ନୌ,୯ା୭-ମହାମାରୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଉତ୍ତର ପ୍ରଦେଶ ସରକାର ଶୁକ୍ରବାର ରାତି ୧୦ରୁ ଜୁଲାଇ ୧୩ ସକାଳ ୫ଟା ଯାଏ ଲକଡାଉନ ଘୋଷଣା କରିଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ତିୱାରୀ ଗୁରୁବାର ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ଏହି ସମୟରେ ହାଟ, ବଜାର, ଅଫିସ ଆଦି ବନ୍ଦ ରହିବ। ହେଲେ ଜରୁରୀକାଳୀନ ସେବା ମିଳିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

Share