ଜିନ୍‌ଜିଆଙ୍ଗରେ ଲକ୍‌ଡାଉନ

ବେଜିଂ,୨୦।୮: ଚାଇନାର ପଶ୍ଚିମ ଭାଗରେ ଥିବା ଜିନ୍‌ଜିଆଙ୍ଗ ପ୍ରଦେଶରେ କୋଭିଡ୍‌ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବାରୁ ସରକାର ସେଠାରେ ଲକ୍‌ଡାଉନ ଲାଗୁ କରିଛନ୍ତି। ଜିରୋ କୋଭିଡ୍‌ ନୀତି କାର୍ଯ୍ୟକାରୀ କରିବା ଲାଗି ଉକ୍ତ ଅଞ୍ଚଳକୁ ସରକାର ଏକ ପ୍ରତିନିଧି ଦଳ ପଠାଇଛନ୍ତି। ଜିନ୍‌ଜିଆଙ୍ଗରେ ୨,୭୭୯ କୋଭିଡ୍‌ ମାମଲା ଚିହ୍ନଟ ପରେ ପ୍ରଦେଶକୁ ପ୍ରବେଶ ପ୍ରସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି। ସଂକ୍ରମଣ ରୋକିବାକୁ ସେଠାରେ ଏକ ନୂଆ ଔଷଧ ‘ଏ ସି ଫୁ’ ଦିଆଯାଉଛି। ପଡୋଶୀ ତିବ୍ବତ ସ୍ବୟଂଶାସିତ ଅଞ୍ଚଳରେ ମଧ୍ୟ କୋଭିଡ୍‌ ମାମଲା ବଢ଼ିଚାଲିଛି। ଫଳରେ ସେଠାରେ ମଧ୍ୟ କୋଭିଡ୍‌ ପରୀକ୍ଷା ବଢ଼ାଇଦିଆଯାଇଛି।

Share