ହୁ ହୁ ହୋଇ ବଢ଼ୁଛି କରୋନା: ପୁଣି ଫେରି ପାରେ ଲକ୍‌ଡାଉନ୍‌

ଭୁବନେଶ୍ୱର,୨୨।୩(ବ୍ୟୁରୋ): ରାଜ୍ୟରେ ଗୋଟିଏ ଦିନରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୩୫ ଜଣ ଚିହ୍ନଟ ହୋଇଥିବା ବେଳେ କଟକରେ ୨୫ ଜଣ ଚିହ୍ନଟ ହୋଇଛନ୍ତି। ଏହିଭଳି ସ୍ଥିତି ଦେଖି ପୁଣି ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ନେଇ ଅନୁମାନ କରାଯାଉଛି।ତେବେ ସ୍ଥିତି ଦେଖି ଲକ୍‌ଡାଉନ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ। କରୋନା ସଂକ୍ରମଣ ବଢୁଥିବା ବେଳେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ସମୀକ୍ଷା କରିବେ। ସୋମବାର (ଏସଆର୍‌ସି‌) ପ୍ରଦୀପ ଜେନା ଏ ନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ଗାଁଗୁଡିକରେ ପୁଣି କୋଭିଡ ପରିଚାଳନା କମିଟି ସକ୍ରିୟ ହେବ। ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ। ସେମାନେ ଗାଁକୁ ଆସୁଥିବା ବାହାର ଲୋକଙ୍କ ଉପରେ ନଜର ରଖିବେ।

Share