ଏହି ରାଜ୍ୟରେ ଅନ୍‌ଲକ୍‌ ପାଇଁ ଚିନ୍ତା କରୁଛନ୍ତି ସରକାର

ନୂଆଦିଲ୍ଲୀ,୨୬।୫: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ଏବେ କିଛି ଦିନ ହେଲା ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ଦିଲ୍ଲୀରେ ଏବେ କରୋନାର ନୂଆ ମାମଲା କମ୍‌ ଆସୁଥିବାରୁ ଏବେ ଆଶାର ଏକ କିରଣ ଦେଖାଦେଇଛି। ଫଳରେ ସରକାର ଲକ୍‌ଡାଉନ ଖୋଲିବାକୁ ବିଚାର କରୁଥିବା ଜଣାପଡ଼ିଛି। ରାଜ୍ୟରେ ଆଉ ଲକ୍‌ଡାଉନ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ ଯୋଗୁ ଲୋକଙ୍କ କାମଧନ୍ଦା ବନ୍ଦ ହୋଇ ରହୁଛି। ତେବେ ରାଜ୍ୟରେ କେତେ କଟକଣା କୋହଳ କରାଯିବ ସେନେଇ ଏବେ ଯାଏ ନିଷ୍ପତ୍ତି ନିଆଯାଇନାହିଁ।

 

Share