ପ୍ୟାରିସ୍, ୨୯।୧୦: ଫ୍ରାନ୍ସ୍ରେ କରୋନା ମହାମାରୀ ସଂକ୍ରମଣ ପୁଣି ଥରେ ଫେରିଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ଶୁକ୍ରବାରଠାରୁ ପୁଣି ଲକ୍ଡାଉନ୍ ଆରମ୍ଭ ହେବ। ଏ ସମ୍ପର୍କରେ ରାଷ୍ଟ୍ରପତି ଏମାନୁଏଲ୍ ମାର୍କନ ଘୋଷଣା କରିଛନ୍ତି। ଏଠାରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଛି। ଗତ ୨୪ ଘଣ୍ଟାମଧ୍ୟରେ ଦେଶରେ ୩୩ ହଜାର ୪୧୭ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟରେ ୫୨୩ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରତିରକ୍ଷା ପରିଷଦର ବୈଠକ ପରେ ଦେଶରେ ଲକ୍ଡାଉନ୍ ଜାରି କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତେବେ ଲୋକଙ୍କ ପକ୍ଷରୁ ଲକ୍ଡାଉନର ବିରୋଧ କରାଯାଇଛି। ଏନେଇ ଦେଶର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।