ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ୧୦ହଜାର ଉପରେ ରହୁଛି । ଆଜି ରାଜ୍ୟରୁ ୧୦ହଜାର ୩୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧ହଜାର ୫୬୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ଲକଡାଉନ ଜାରି ରହିଥିବା ବେଳେ ଆସନ୍ତାକାଲି ଏହା ଶେଷ ହେବାର ଅଛି । ହେଲେ ସରକାର ପୁନଃ ଲକଡାଉନ ବୃଦ୍ଧି କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଲୋକେ କଣ ଚାହୁଁଛନ୍ତି ଚାଲନ୍ତୁ ଜାଣିବା ।