Categories: ଜାତୀୟ

ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ,୨୦।୪ : କରୋନାର ଦ୍ୱିତୀୟ ଲହର ଦେଶକୁ ଏକ ଝଡ଼ ଭଳି ଆଘାତ ଦେଇଛି। ଏହାଦ୍ୱାରା ଦେଶରେ ସୃଷ୍ଟି ହୋଇଛି ଭୟଙ୍କର ପରିସ୍ଥିତି। କିନ୍ତୁ ଲକ୍‌ଡାଉନକୁ ଶେଷ ଅସ୍ତ୍ର ହେଉ ବୋଲି ଦେଶକୁ ସମ୍ବୋଧନ ଦେଇ ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଲକଡାଉନ ବଦଳରେ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ। ସମସ୍ତେ କଟକଣା ମାନିଲେ ଲକଡାଉନର ଆବଶ୍ୟକ ପଡ଼ିବ ନାହିଁ। ଆମକୁ ଜୀବନ ସହ ଜୀବିକାକୁ ମଧ୍ୟ ଦେଖିବାକୁ ପଡ଼ିବ। ଏଣୁ ଲକଡାଉନ ଠାରୁ ଦୂରେଇ ରହିବା ହିଁ ଭଲ।

କିଛି ସପ୍ତାହ ପାଇଁ ସ୍ଥିତି ନିୟନ୍ତ୍ରଣରେ ଥିଲା। ଆମେ ପ୍ରଥମ ଲହରର ପ୍ରହାରରୁ ମୁକୁଳିବା ଆରମ୍ଭ କରିଥିଲୁ। କିନ୍ତୁ ଦ୍ୱିତୀୟ ଲହର ଝଡ଼ ଭଳି ମାଡ଼ି ଆସିଲା। କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ରହିଛି। ଆମ ଆଗରେ ବଡ଼ ଚ୍ୟାଲେଞ୍ଜ ଅଛି। କିନ୍ତୁ ଦୃଢ଼ ନିଷ୍ଠା ଓ ସଂକଳ୍ପ ସହ ଆମକୁ ଏହାକୁ ଅତିକ୍ରମ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share