ବ୍ରିଟେନରେ ବଢୁଛି କରୋନା ସଂକ୍ରମଣ ସଂଖ୍ୟା: ଜରୁରୀ ବୈଠକ ପରେ ସମ୍ପୂର୍ଣ୍ଣ ଦେଶ ଲକ୍‌ଡାଉନ

ଲଣ୍ଡନ,୫ ।୧: ବ୍ରିଟେନରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ପ୍ରଧାନମନ୍ତ୍ରୀ ବୋରିସ ଜନସନ ସମ୍ପୂର୍ଣ୍ଣ ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି । କାରଣ ଏବେ ଦେଶ ଭାଇରସର ନୂଆ ଷ୍ଟ୍ରେନ୍ ସହ ଲଢୁଥିବାରୁ ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । କରୋନାର ନୂଆ ଷ୍ଟ୍ରେନ୍ ଦ୍ରୁତ ଗତିରେ ବ୍ୟାପୁଥବାରୁ ଏହାକୁ ରୋକିବା ଲାଗି ଲକ୍‌ଡାଉନ ଜରୁରୀ ହୋଇପଡିଛି । ଏଠାରେ ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ତେବେ ସ୍କଟଲାଣ୍ଡରେ କରୋନାର ନୂଆ ଷ୍ଟ୍ରେନକୁ ଦେଖି ସେଠାରେ ଲକ୍‌ଡାଉନ ହେବା ପରେ ବ୍ରିଟେନରେ ଲକ୍‌ଡାଉନ ଘୋଷଣା କରାଯାଇଛି । ମଙ୍ଗଳବାର ରାତିରୁ ଏହା ଲାଗୁ କରାଯିବ । ସୂଚନାଯୋଗ୍ୟ, ଲଣ୍ଡନ ଜନସଂଖ୍ୟାର ୩ ଚତୁର୍ଥାଂଶ ପୂର୍ବରୁ କଡା କଟକଣା ମଧ୍ୟରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ଫଳରେ ହସ୍ପିଟାଲରେ ସ୍ଥାନାଭାବ ଦେଖାଦେବା ପୂର୍ବରୁ ଏଭଳି ନିଷ୍ପତ୍ତି ଜରୁରୀ ଥିଲା । କାରଣ ଏବେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୨୭ହଜାରରେ ପହଞ୍ଚିଥିବା ବେଳେ ଗତ ଏପ୍ରିଲ ମାସ ତୁଳନାରେ ଏହା ୪୦ ପ୍ରତିଶତ ଅଧିକ । ସେହିପରି ଗତ ଏକ ସପ୍ତାହ ମଧ୍ୟରେ ଦେଶରେ ମୃତକଙ୍କ ସଂଖ୍ୟା ମଧ୍ୟ ୨୦ ପ୍ରତିଶତ ବୃଦ୍ଧି ହୋଇଛି । ତେଣୁ କରୋନାର ନୂଆ ରୂପ ସହ ଲଢିବାକୁ ହେଲେ ଆମକୁ ପ୍ରାଥମିକ ଭାବେ ପ୍ରୟାସ କରିବା ଜରୁରୀ ।

Share