ଏପ୍ରିଲ୍‌ ୧୮ ପର୍ଯ୍ୟନ୍ତ ଲକ୍‌ଡାଉନ୍‌

ବର୍ଲିନ୍‌,୨୩।୩: ଜର୍ମାନୀରେ କରୋନ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦେଶରେ ଏପ୍ରିଲ୍‌ ୧୮ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ପୂର୍ବରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂରେ ୧୬ ରାଜ୍ୟର ଗଭର୍ନରଙ୍କ ସହିତ ଚାନ୍ସଲର ଏଞ୍ଜେଲା ମର୍କେଲ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ଦ୍ୱାରା ଆତଙ୍କ ଦେଖାଦେଇଥିବାରୁ ବାଧ୍ୟ ହୋଇ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ମର୍କେଲ କହିଛନ୍ତି।

Share