ଜାନୁୟାରୀ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ମୁମ୍ବାଇ,୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ପହଞ୍ଚିସାରିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାର ରାଜ୍ୟରେ ଲକ୍‌ଡାଉନ୍‌ ସମୟ ସୀମାକୁ ୨୦୨୧ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ନୂଆବର୍ଷ ପାଳନ ପାଇଁ ଘରୁ ବାହାରକୁ ନ ଯିବା ଲାଗି ସରକାରଙ୍କ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଏନେଇ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ୬୦ ବର୍ଷ ଅବା ଏହାଠାରୁ ଅଧିକ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଘରେ ରହିବାକୁ କୁହାଯାଇଛି। ମରିନ୍‌ ଡ୍ରାଇଭ୍‌, ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆ, ଗିରଗାଓ୍ବଁ ଏବଂ ଜୁହୁଠାରେ ଗହଳି ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Share