ଉତ୍ତର କୋରିଆରୁ ହଟିଲା ଲକ୍‌ଡାଉନ୍‌

ପ୍ୟୋଙ୍ଗ୍‌ୟାଙ୍ଗ,୩୦ା୫: ଉତ୍ତର କୋରିଆରେ ସପ୍ତାହ ପୂର୍ବରୁ ରାଜଧାନୀ ପ୍ୟୋଙ୍ଗ୍‌ୟାଙ୍ଗ୍‌ରେ ହୋଇଥିବା ଲକ୍‌ଡାଉନ୍‌ ହଟାଇ ଦିଆଯାଇଛି। କରୋନା ମହାମାରୀ ସ୍ଥିତି ସ୍ବାଭାବିକ ହେବାରୁ ଶାସକ କିମ-ଜୋଙ୍ଗ-ଉନ ଏହି ନିଷ୍ପତ୍ତି ନେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସିବାରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ହଟାଇ ଦିଆଯାଇଛି। ଦେଶରେ କରୋନାର ପ୍ରଥମ ମାମଲା ରିପୋର୍ଟ ହେବା ପରେ ଟିକା, ଚିକିତ୍ସା ସାମଗ୍ରୀ ଏବଂ ଖାଦ୍ୟ ଅଭାବକୁ ଦୃଷ୍ଟିରେ ରଖି ଏହି ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା।

Share