ଶ୍ରେଣୀଗୃହରେ ତାଲା,ବାରଣ୍ଡାରେ ପିଲା

ଭୁବନେଶ୍ବର,୧୧ା୪(ସୁଚିସ୍ମିତା ସାହୁ): କୌଣସି ଉପାନ୍ତ କି ଗ୍ରାମାଞ୍ଚଳ ନୁହେଁ, ଖୋଦ୍‌ ରାଜଧାନୀରେ ବିଦ୍ୟାଳୟର ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି। ଶିକ୍ଷକ ଅଭାବରୁ ବିଦ୍ୟାଳୟରେ ତାଲା ଝୁଲୁଥିବାବେଳେ ପିଲାଙ୍କ ପାଠପଢ଼ା ଗୁରୁତର ବାଧାପ୍ରାପ୍ତ ହୋଇଛି। ମଞ୍ଚେଶ୍ୱରସ୍ଥିତ ରେଲୱେ କଲୋନୀ ସରକାରୀ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଏଭଳି ସ୍ଥିତି ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଷଷ୍ଠ ଓ ସପ୍ତମ ଶ୍ରେଣୀରେ ତାଲା ପକା ଯାଇଥିବାବେଳେ ପିଲାମାନେ ଶ୍ରେଣୀ ଗୃହ ପରିବର୍ତ୍ତେ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ଏମିତିକି ଅନ୍ୟ ପିଲାମାନେ ମଧ୍ୟାହ୍ନଭୋଜନ ଖାଉଥିବାବେଳେ ଏହି ଦୁଇ ଶ୍ରେଣୀର ପିଲାଙ୍କୁ ଦିଆଯାଉନାହିଁ। ସକାଳୁଆ ସ୍କୁଲ ହେବା ଦିନରୁ ଅର୍ଥାତ୍‌ ଗତ ୨ ତାରିଖରୁ ଏମିତି ଦୁଇ ଶ୍ରେଣୀର ଛାତ୍ରୀଛାତ୍ର ବାରଣ୍ଡାରେ ବସି ନିଜେ ପାଠ ପଢ଼ୁଛନ୍ତି। ପିଲାମାନେ ଘରୁ ନେଇଥିବା ବିସ୍କୁଟ ଓ ଟିଫିନ ଖାଉଛନ୍ତି। ବିନା କୌଣସି ନୋଟିସରେ ହଠାତ୍‌ ଶ୍ରେଣୀଗୃହରେ ତାଲା ପକାଇ ଦିଆଯାଇଥିବାରୁ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷରୁ ଏହି ଦୁଇ ଶ୍ରେଣୀ ବନ୍ଦ ହୋଇଯାଇଥିବା ଶୁଣିବା ପରେ ସେମାନେ ଚିନ୍ତାରେ ପଡ଼ିଛନ୍ତି।
ବହୁ ପୁରୁଣା ଏହି ବିଦ୍ୟାଳୟରୁ ଶହଶହ ମେଧାବୀ ସୃଷ୍ଟି ହେବା ସହ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି। ଏବେ ଶିକ୍ଷାନୁଷ୍ଠାନ ବନ୍ଦ ହେବା ଘଟଣା ସେମାନଙ୍କୁ କଷ୍ଟ ଦେଉଛି। ବିଶେଷକରି ଦିନ ମଜୁରିଆ ଓ ମଧ୍ୟବିତ୍ତ ପରିବାରର ଶହେରୁ ଅଧିକ ପିଲା ଏଠାରେ ପଢ଼ୁଛନ୍ତି। ସେମାନେ ଟିସି ନେଇ ନ ଥିବାବେଳେ ଶ୍ରେଣୀ ଗୃହରେ ତାଲା ପକାଇବା ଦ୍ୱାରା ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି।
ଏ ସମ୍ପର୍କରେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଅମାତୁଲ କରିମ କହିଛନ୍ତି, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ, ଷଷ୍ଠ ଓ ସପ୍ତମ ଶ୍ରେଣୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ପ୍ରାଇଭେଟ୍‌ ସ୍କୁଲ ରହିଛି। ଷଷ୍ଠ ଓ ସପ୍ତମ ଶ୍ରେଣୀର ଶିକ୍ଷକ ଅବସର ନେବା ପେର ସେଠାରେ ନୂତନ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ଏହି ଦୁଇ ଶ୍ରେଣୀକୁ ବନ୍ଦ କରିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବାବେଳେ ବିଭାଗ ପକ୍ଷରୁ ଗତ ମାର୍ଚ୍ଚ ୩୧ରେ ଏନେଇ ଚିଠି ଆସିଛି। ଚଳିତ ଶିକ୍ଷାବର୍ଷରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ଆଡମିଶନ ନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଥିବାବେଳେ ମଧ୍ୟାହ୍ନ ଭୋଜନ ବନ୍ଦ ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ଶ୍ରେଣୀ ଦୁଇଟିକୁ ବନ୍ଦ କରିବାକୁ ଅଭିଭାବକମାନେ ଚାହୁଁନାହାନ୍ତି। ସେଥିପାଇଁ ସେମାନେ ଡିଇଓ ଓ ବିଇଓଙ୍କୁ ଅନୁରୋଧ କରିଛନ୍ତି। ବିଦ୍ୟାଳୟ ଖୋଲିବା ନେଇ ଚିଠି ଆସିବା ପରେ ପୁଣି ଆଡମିଶନ କରାଯିବ ବୋଲି ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

OSSSC ପରୀକ୍ଷା ଫଳାଫଳ ଘୋଷଣା: RI, ICDS ସୁପରଭାଇଜର, ARI, ଅମିନ ପ୍ରିଲିମ୍‌ ପରୀକ୍ଷାରେ ସମସ୍ତେ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୩ା୪: ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ତାରିଖ...

ରାଜ୍ୟରେ ୩ ନୂଆ ସିଭିଲ ଜଜ୍‌ କୋର୍ଟ ଗଠିତ

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟରେ ୩ଟି ନୂଆ ସିଭିଲ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ) ଗଠିତ ହୋଇଛି। ଏହି କୋର୍ଟଗୁଡିକ ବାଲେଶ୍ୱର ଜିଲାର ବାଲିଆପାଳ, ସୁନ୍ଦରଗଡ଼ ଜିଲାର...

ରାଜ୍ୟରେ ହେବ ଆଉ ୨୦ NAC: ମନ୍ତ୍ରୀ

ଭୁବନେଶ୍ୱର,୨୩ା୪: ରାଜ୍ୟରେ ଆଉ ନୂଆ ୨୦ NAC ଗଠନ ପାଇଁ ପ୍ରକ୍ରିୟା ତ୍ୱରିତ ହୋଇଛି। NAC ହେବା ପାଇଁ ଜିଲାଗୁଡ଼ିକରୁ ଆସିଛି ରିପୋର୍ଟ। ତେବେ ତର୍ଜମା...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

BJD: ରାଜ୍ୟ ସଭାରେ ଓ୍ବକଫ୍‌ ବିଲ୍‌ ଭୋଟିଂକୁ ନେଇ ଆଜି ସତ କହିଦେଲେ ସୁଲୋତା, ରାଜନୀତି ହଲଚଲ

ଭୁବନେଶ୍ୱର,୨୩।୪: ୱକଫ୍‌ ଭୋଟିଂକୁ ତାତି ଟିକିଏ କମିଥିବାବେଳେ ପୁଣି ବଡ଼ ବୟାନ ଦେଇଛନ୍ତି ବିଜେଡି ରାଜ୍ୟ ସଭା ଏମପି ସୁଲତା ଦେଓ। ଏପ୍ରିଲ ୪ରେ ରାଜ୍ୟ...

ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, କହିଲେ ପୂର୍ବ ସୂଚନାଗୁଡ଼ିକ…

ଭୁବନେଶ୍ୱର,୨୩ା୪:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡିକର...

ଆଉ ମାଟ୍ରିକ ନୁହେଁ, ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜରଙ୍କ ଯୋଗ୍ୟତା ସ୍ନାତକ

ଭୁବନେଶ୍ୱର,୨୩ା୪: ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ରଖାଯାଇଛି। ପୂର୍ବରୁ ଅଙ୍ଗନଓ୍ବାଡ଼ି ସୁପରଭାଇଜରଙ୍କ ପାଇଁ ଯୋଗ୍ୟତା ମାଟ୍ରିକ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image