ବିଭିନ୍ନ ଦାବି ନେଇ ସ୍କୁଲ ଗେଟ୍‌ରେ ତାଲା: ଧାରଣାରେ ବସିଲେ ଛାତ୍ରୀଛାତ୍ର

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହରପଡା ବ୍ଲକ କୁଣ୍ଡଳା ପଞ୍ଚାୟତ ମୁଖ୍ୟାଳୟ ଏମ କେ(ମିରିଖୋଜୀ କୁଣ୍ଡଳାଉଚ୍ଚ ବିଦ୍ୟାଳୟ) ହାଇସ୍କୁଲ କୁଣ୍ଡଳା ଗେଟ ସମ୍ମୁଖରେ ଗୁରୁବାର ସକାଳୁ ନବମ ଦଶମ ଶ୍ରେଣୀର ୬୮ ଛାତ୍ରୀଛାତ୍ର ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଛାତ୍ରୀଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, ଅନୁମୋଦିତ ଶିକ୍ଷକ ୮ ଜଣଙ୍କ ମଧ୍ୟରୁ ୨ଜଣ ଶକ୍ଷକ ସ୍କୁଲରେ ଅଛନ୍ତି। ୨ ଜଣ ବିଜ୍ଞାନ ଶିକ୍ଷକ ତାରଚାନ୍ଦ ମହାନ୍ତ ଓ ଶରତ ଚନ୍ଦ୍ର ସାହୁ ଅଛନ୍ତି। ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଶିକ୍ଷକ ତାରଚାନ୍ଦ ବର୍ଷେ ହେବ ଆସୁ ନ ଥିବାବେଳେ ଉପସ୍ଥାନରେ ଦସ୍ତଖତ କରି ଦରମା ନେଉଥିବାର ଛାତ୍ରୀଛାତ୍ର ଓ ଅଭିଭାବକ ଅଭିଯୋଗ କରିଛନ୍ତି। ଏଥିସହ ନିମ୍ନମାନର ମଧ୍ୟାହ୍ନ ଭୋଜନ, ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ସହ ଷ୍ଟାଇପେଣ୍ଟ ନ ଦେବା ଆଦି ଦାବିରେ ଧାରଣା ଛାତ୍ରୀଛାତ୍ରମାନେ ଧାରଣାରେ ବସିଛନ୍ତି। ଦିନ ୧୨ଟାବେଳେ ପ୍ରଧାନଶିକ୍ଷକ ସ୍କୁଲରେ ପହଞ୍ଚିଥିଲେ ହେଁ ତାଙ୍କୁ ଛାତ୍ରୀମାନେ ସ୍କୁଲକୁ ପ୍ରବେଶ କରାଇ ଦେଇ ନ ଥିଲେ। ପ୍ରଧାନ ଶିକ୍ଷକଙ୍କୁ ଏନେଇ ପ୍ରତିକ୍ରିୟାରେ ପଚାରିବାରୁ ମୋ ସ୍ତ୍ରୀର ସାଇଟିକା ରୋଗ ଥିବାରୁ ନିୟମିତ ସ୍କୁଲକୁ ଆସିପାରୁନାହିଁ। ଏନେଇ ଡିଇଓ ପୂର୍ଣ୍ଣ ଚନ୍ଦ୍ର ବରିହାଙ୍କୁ ପଚାରିବାରୁ ମୁଁ ନୂଆ ଆସିଛି ତଦନ୍ତ କରି କହିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୯ରେ ବିଜେଡି ସଭାପତି  ନିର୍ବାଚନ: ୩ ବରିଷ୍ଠ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୧୨।୪: ଆସନ୍ତା ୧୯ରେ ବିଜେଡି ସଭାପତି  ନିର୍ବାଚନ ହେବ ଏଥର ନୂଆ ଢାଞ୍ଚାରେ ସଂଗଠନ ଗଢ଼ିବ ବିଜେଡି । ପୁଣି ନବୀନ ସଭାପତି ନିର୍ବାଚିତ ହେବେ...

ଅଭାବନୀୟ: ବାପାଙ୍କୁ ହାଣିଲା ନାବାଳକ ପୁଅ, କଟକ ସ୍ଥାନାନ୍ତର ହେଲେ…

ବାଲେଶ୍ୱର, ୧୨।୪(ବାଞ୍ଛାନିଧି ଦେ): ପାରିବାରିକ କଳହରୁ ପରିବାର ମଧ୍ୟରେ ବୁଲିଲା ତେଲେଙ୍ଗା କଟୁରି । ବାପାଙ୍କୁ ହାଣିଲା ନାବାଳକ ପୁଅ । ଏଭଳି ଅଭାବନୀୟ ଘଟଣା...

ପ୍ରଥମଥର ରାଷ୍ଟ୍ରପତିଙ୍କୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ: ୩ ମାସରେ ନିର୍ଣ୍ଣୟ ନିଅ

ନୂଆଦିଲ୍ଲୀ,୧୨।୪: ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବା ଉଚିତ ବୋଲି ପ୍ରଥମଥର ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହାଣିଲେ, ରାସ୍ତାରେ ପଡ଼ିଛି ରକ୍ତାକ୍ତ ମୃତଦେହ

ବଲାଙ୍ଗିର,୧୨।୪(ସୁନୀଲ କୁମାର ମହାନ୍ତି): ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ...

ଗୋଟିଏ ଗାଡ଼ିକୁ ପିଛା କରୁଥିଲା ପାଟ୍ରୋଲିଂ ଗାଡ଼ି: ଆଗ ଗାଡ଼ିରୁ ଅବକାରୀ ଗାଡ଼ିକୁ ହେଲା ଗୁଳିମାଡ଼ , ପରେ ଫିଲ୍ମ ଷ୍ଟାଇଲରେ…

ସୁନ୍ଦରଗଡ,୧୨।୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ମଶାବିରା ରାସ୍ତାରେ ଶନିବାର ସକାଳେ ଅବକାରୀ ବିଭାଗର ଗାଡି ଉପରକୁ ଗୁଳି ମାଡ ହୋଇଛି।...

ପୁଣି UPI ଡାଉନ୍‌, ଥରେ ପେମେଣ୍ଟ କଲେ ଦୁଇଥର କଟିଯାଉଛି ଟଙ୍କା!

ନୂଆଦିଲ୍ଲୀ,୧୨।୪: ପୁଣି ୟୁପିଆଇ ଡାଉନ୍‌। ଶନିବାର ସାରା ଦେଶରେ ବ୍ୟବହାରକାରୀ UPI ମାଧ୍ୟମରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। UPI ବ୍ୟବହାର କରି କାରବାର...

Video: ପ୍ରେମିକାଙ୍କୁ ସୁଟକେସ୍‌ରେ ଭର୍ତ୍ତି କରି ହଷ୍ଟେଲ୍‌ ଭିତରକୁ ନେଉଥିଲେ ପ୍ରେମିକ: ଧରାପଡ଼ିବାରୁ…ଦେଖନ୍ତୁ ଭିଡିଓ

ଆଜିକାଲି ପ୍ରେମ କେବଳ ଅନ୍ଧ ନୁହେଁ, ଏହା ଅଧିକ କ୍ରିଏଟିଭ୍‌ ମଧ୍ୟ ହୋଇଯାଇଛି। ନିକଟରେ ପ୍ରେମର ଏମିତି ଏକ ଉପାୟ ଭାଇରାଲ ହୋଇଛି, ଯାହା ଯେକେହି...

ସାରାଦେଶରେ ପୁଣି UPI DOWN, ପେମେଣ୍ଟବେଳେ ହେଉଛି ସମସ୍ୟା

ନୂଆଦିଲ୍ଲୀ,୧୨।୪: ଆଜି, ସାରା ଦେଶରେ ଲୋକମାନେ UPI ମାଧ୍ୟମରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। UPI ବ୍ୟବହାର କରି କାରବାର କରିବା ସମୟରେ ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image