Categories: ଖେଳ

ଉମ୍ରାନଙ୍କୁ ପଛରେ ଛାଡ଼ିଲେ ଫର୍ଗୁସନ

ଅହମଦାବାଦ,୨୯।୫: ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ ଆଇପିଏଲ ୨୦୨୨ରେ ଦ୍ରୁତତମ ବଲ ପକାଇବାର ରେକର୍ଡ ନିଜ ନାମରେ କରିଛନ୍ତି। ଗୁଜରାଟ ଟାଇଟାନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଫର୍ଗୁସନ ରବିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ଫାଇନାଲରେ ଘଣ୍ଟା ପ୍ରତି ୧୫୭.୩ କିମି ବେଗରେ ବୋଲିଂ କରିଥିଲେ। ପୂର୍ବରୁ ଏହି ରେକର୍ଡ ସନରାଇଜର୍ସ ହାଇଦ୍ରାବାଦ ପେସର ଉମ୍ରାନ ମଲିକଙ୍କ ନାମରେ ଥିଲା। ଆଇପିଏଲ୍‌-୧୫ରେ ୨୨ ଉଇକେଟ ନେଇଥିବା ଉମ୍ରାନ ୧୫୭ କି.ମି. ବେଗରେ ବୋଲିଂ କରିଥିଲେ।

Share