Categories: ଖେଳ

ସେମିଫାଇନାଲ ଲଢ଼େଇ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଚେତାଇଲେ ଫର୍ଗୁସନ: କହିଲେ- ପ୍ରଥବେ ବୋଲିଂ କି ବ୍ୟାଟିଂ ହେଉ…

ମୁମ୍ବାଇ,୧୪।୧୧: ସେମିଫାଇନାଲ ମୁକାବିଲା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଚେତାଇଛନ୍ତି ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଲକି ଫର୍ଗୁସନ। ଦଳର ବୋଲିଂ ଆକ୍ରମଣ ମଜଭୂତ ଥିବାରୁ ଭାରତୀୟ ଟିମ୍‌ର ଖେଳାଳିମାନେ ଅଡୁଆରେ ପଡ଼ିବେ ବୋଲି ସେ କହିଛନ୍ତି। ଆହତ ହେବା ଯୋଗୁ ନ୍ୟୁଜିଲାଣ୍ଡ ଟିମ୍‌ରୁ ବାଦ୍‌ ପଡ଼ିଛନ୍ତି ମ୍ୟାଟ୍‌ ହେନେରୀ। ତେବେ ତାଙ୍କ ଅନୁପସ୍ଥିତିର ପ୍ରଭାବ ଦଳ ଉପରେ ସେତେଟା ପ୍ରଭାବ ପକାଇବ ନାହିଁ ବୋଲି ଫର୍ଗୁସନ କହିଛନ୍ତି।

ଓ୍ବାଙ୍ଖଡେ ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଖବରଦାତାଙ୍କ ସହ ଆଲୋଚନାରେ ଫର୍ଗୁସନ କହିଛନ୍ତି, ଆମ ବୋଲିଂ ବହୁତ ଭଲ। ହେନେରୀଙ୍କ ଅନୁପସ୍ଥିତି ଖାଲିସ୍ଥାନ ସୃଷ୍ଟି କରୁଥିଲେ ହେଁ ତାଙ୍କ ବିନା ମଧ୍ୟ ଅନ୍ୟ ବୋଲର ନିଜର ଦବ୍‌ଦବା ସାବ୍ୟସ୍ତ କରିବେ। ଯେକୌଣସି ପରିସ୍ଥିତି ଲାଗି ତାଙ୍କ ଟିମ୍‌ ରଣନୀତି ପ୍ରସ୍ତୁତ କରିବ। ଅଙ୍କ ନିଶ୍ଚିତ ଭାବେ ଭାରତୀୟ ଟିମ୍‌ ସପକ୍ଷରେ ରହିଛି, ହେଲେ ସେସବୁ ଆମ ନିୟନ୍ତ୍ରଣରେ ନାହିଁ। ପ୍ରଥମେ ବୋଲିଂ ହେଉ ଅଥବା ବ୍ୟାଟିଂ, ପ୍ରତ୍ୟେକ ପରିସ୍ଥିତି ଲାଗି ଆମେ ପ୍ରସ୍ତୁତ ରହିବୁ। ରଣନୀତି ହିସାବରେ କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

Share