Categories: ଜାତୀୟ

ଯାତ୍ରୀବାହୀ ଟ୍ରେନକୁ ଅଧା ବାଟରେ ଛାଡି ଶୋଇବାକୁ ଚାଲିଗଲେ ଲୋକୋ ପାଇଲଟ, ତାପରେ…

ଲକ୍ଷ୍ନୌ,୩୦।୧୧ : ଉତ୍ତରପ୍ରଦେଶରେ ବାରବାଙ୍କି ଜିଲାର ବୁରୱାଲ ଜଙ୍କଶନରେ ଦୁଇଟି ଏକ୍ସପ୍ରେସ ଟ୍ରେନର ୨୫୦୦ରୁ ଅଧିକ ଯାତ୍ରୀ ଅଟକି ରହିଥିଲେ। ଲୋକୋ ପାଇଲଟ ତାଙ୍କ ଡ୍ୟୁଟି ଶେଷ ହୋଇଛି ବୋଲି କହି ଯାତ୍ରୀବାହୀ ଟ୍ରେନକୁ ଅଧା ବାଟରେ ଛାଡି ଶୋଇବାକୁ ପଳାଇ ଯାଇଥିଲେ। ଏହା ପରେ ଟ୍ରେନ ଭିତରେ ଜଳ, ଖାଦ୍ୟ କିମ୍ବା ବିଦ୍ୟୁତ ଯୋଗାଣ ନ ଥିବାରୁ ଯାତ୍ରୀମାନେ ଏହାକୁ ବିରୋଧ କରି ରେଳ ଧାରଣାରେ ଆସି ଅନେକ ଟ୍ରେନ ଅଟକାଇଥିଲେ।

ଏହି ଘଟଣା ସହରସା-ନୂଆଦିଲ୍ଲୀର ସ୍ବତନ୍ତ୍ର ଛଟ୍‌ ପୂଜା ସ୍ପେଶାଲ (୦୪୦୨୧) ଏବଂ ବାରୁନି-ଲକ୍ଷ୍ନୌ ଜଙ୍କଶନ ଏକ୍ସପ୍ରେସ (୧୫୨୦୩) ସହିତ ଘଟିଛି। କିଛି ଘଣ୍ଟା ପରେ, ଉତ୍ତର ପୂର୍ବାଞ୍ଚଳ ରେଳବାଇ ଗୋଣ୍ଡା ଜଙ୍କଶନର କର୍ମଚାରୀଙ୍କୁ ଏହି ଦୁଇଟି ଟ୍ରେନର ଚଳାଚଳ ପାଇଁ ପଠାଇଥିଲେ।

ରେଳବାଇ ଅନୁଯାୟୀ, ନଭେମ୍ବର ୨୭ ରେ ସନ୍ଧ୍ୟା ୭ଟା ୧୫ରେରେ ଛାଡିବାକୁ ଥିବା ୦୪୦୨୧ ଟ୍ରେନ ନଭେମ୍ବର ୨୮ ପୂର୍ବାହ୍ନ ୯ଟା ୩୦ରେ ଏହାର ମୂଳ ଷ୍ଟେଶନ ସହରସା ଛାଡିଥିଲା। ଟ୍ରେନ ୧୯ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଗୋରଖପୁରରେ ପହଞ୍ଚିଥିଲା। ବୁରୱାଲ ଜଙ୍କଶନରେ ଏକ୍ସପ୍ରେସର କୌଣସି ଷ୍ଟପ ନ ଥିଲା, କିନ୍ତୁ ଟ୍ରେନ ସେଠାରେ ମଧ୍ୟାହ୍ନ ପ୍ରାୟ ୧ଟା ୧୫ ପର୍ଯ୍ୟନ୍ତ ଅଟକି ରହିଥିଲା।

ଦ୍ୱିତୀୟ ଟ୍ରେନ, ବାରୁନିରୁ ସାଢ଼େ ପାଞ୍ଚ ଘଣ୍ଟାରୁ ଅଧିକ ବିଳମ୍ବରେ ଚାଲୁଥିଲା ଏବଂ ଅପରାହ୍ନ ୪ଟା ୦୪ ରେ ବୁରୱାଲ ଜଙ୍କଶନରେ ପହଞ୍ଚିଥିଲା, ଟ୍ରେନ କର୍ମଚାରୀମାନେ ମଧ୍ୟ ଲୋକୋମୋଟିଭ ଇଞ୍ଜିନ ଛାଡି ଚାଲି ଯାଇଥିଲେ। ଯାତ୍ରୀମାନେ କହିଛନ୍ତି ଆମର ଯାତ୍ରା ସର୍ବାଧିକ ୨୫ ଘଣ୍ଟା ୨୦ମିନିଟରେ ସମାପ୍ତ ହେବାର ଥିଲା, କିନ୍ତୁ ଏହି ସ୍ବତନ୍ତ୍ର ଟ୍ରେନରେ ଏହା ହେଉଛି ତୃତୀୟ ଦିନ। ଯାତ୍ରୀମାନେ କହିଛନ୍ତି ଏହା ଆମ ଭଳି ଗରିବ ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇ ଦ୍ୱାରା ଏକ ନିର୍ଯାତନା ଭଳି ସାବ୍ୟସ୍ତ ହୋଇଛି।

Share