Categories: ଜାତୀୟ

କରୋନା ମହାମାରୀ ପରେ ଦେଖା ଦେଇପାରେ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ,୭।୭: କରୋନା ମହାମାରୀ ମଧ୍ୟରେ ଏବେ ଚିନ୍ତା ବଢାଇଛି ପଙ୍ଗପାଳ ଦଳ। ଚାଷୀଙ୍କ ପାଇଁ ଏମାନେ ଏବେ ମହାମାରୀର ରୂପ ନେବାକୁ ଯାଉଛନ୍ତି। ପାକିସ୍ତାନରୁ ଆସିଥିବା ଏହି ପଙ୍ଗପାଳ ଏବେ ଭାରତରେ କୃଷକଙ୍କ ଚିନ୍ତା ବଢାଇ ଚାଲିଛି। ଏବେ ପଙ୍ଗପାଳ ଦେଶର ଉତ୍ତର ଭାଗରେ ବିସ୍ତାର ଲାଭ କରିଥିବା ବେଳେ ନେପାଳ ପର୍ଯ୍ୟନ୍ତ ବ୍ୟାପି ଯାଇଛନ୍ତି। ଭାରତ-ପାକିସ୍ତାନ ସୀମା ମରୁସ୍ଥଳରେ ବହୁ ସଂଖ୍ୟାରେ ଏମାନେ ପ୍ରଜନନ କରୁଥିବାରୁ ଆଗାମୀ ଦିନରେ ଏହା ଭାରତରେ ଖାଦ୍ୟ ସଙ୍କଟ ଭଳି ପରିସ୍ଥିତି ସୃଷ୍ଟି କରି ପାରନ୍ତି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଆମେରିକାର ଖାଦ୍ୟ ଓ କୃଷି ସଙ୍ଗଠନ ଦ୍ୱାରା ଜୁନ୍‌ ଶେଷ ଭାଗରେ ଆସିଥିବା ଏକ ରିପୋର୍ଟ ଅନୁଯାୟୀ, ଆଗମୀ କିଛିଦିନ ମଧ୍ୟରେ ନେପାଳରୁ ପଙ୍ଗପାଳ ଦଳ ଆସି ଇରାନ ଓ ପାକିସ୍ତାନର ପଙ୍ଗପାଳ ଦଳ ସହ ମିଶିବେ। ଅନ୍ୟପଟେ ଜୁଲାଇ ମଧ୍ୟ ଭାଗରେ ହୋର୍ନ ଅଫ୍‌ ଆଫ୍ରିକାରୁ ଆସିଥିବା ପଙ୍ଗପାଳ ଦଳ ଏମାନଙ୍କ ସହ ମିଶିଯିବେ। ଏହାକୁ ଦେଖିଲେ ଜୁଲାଇରେ ଭାରତ ସମେତ ସୁଡାନ, ଇଥିଓପିଆ, ସୋମାଲିଆ ଓ ପାକିସ୍ତାନରେ ଏମାନେ ବହୁ କ୍ଷତି ଘଟାଇ ପାରନ୍ତି ବୋଲି କୁହାଯାଉଛି। ଭାରତ ସରକାରଙ୍କ ପୂର୍ବତନ ପରାମର୍ଶଦାତା ତଥା ବୈଜ୍ଞାନିକ ଡା, ସୁଶୀଲ କହିଛନ୍ତି ଯଦି ଲଗାତାର ୩ ବର୍ଷ ଏହି ପଙ୍ଗପାଳ ଦଳ ଫସଲକୁ ଆକ୍ରମଣ କରନ୍ତି ତେବେ ଏହାକୁ ପଙ୍ଗପାଳ ମହାମାରୀ ବୋଲି କୁହାଯିବ।

Share