ଭିଜିଲାନ୍ସ ଜାଲରେ ଲୋଇସିଂହା ଆଇଆଇସି

ବଲାଙ୍ଗୀର ଅଫିସ,୨୪ା୮: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା ଲୋଇସିଂହା ଆଇଆଇସି ସଂଗ୍ରାମ ପଟ୍ଟନାୟକ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଇଆଇସିଙ୍କୁ କାବୁ କରିଛି ବରଗଡ଼ ଭିଜିଲାନ୍ସ ଟିମ୍‌। ବରଗଡ଼ ଜିଲା ଗାଇସିଲେଟ ଥାନା କେନ୍ଦୁମୁଣ୍ଡି ଗାଁର ଜଣେ ଲାଇସେନ୍ସପ୍ରାପ୍ତ ମଦ ବେପାରୀ ଭାବଗ୍ରାହୀ ସାହୁଙ୍କ ମଦ ବୋଝେଇ ଗାଡ଼ିକୁ ସିଜ୍‌ କରିଥିଲେ ଆଇଆଇସି। ଏହି ଗାଡ଼ିକୁ ଛାଡ଼ିବା ପାଇଁ ଭାବଗ୍ରାହୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସଂଗ୍ରାମ। ଏନେଇ ଭାବଗ୍ରାହୀ ବରଗଡ଼ ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ। ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ବିଭାଗର ମିଳିତ ଟିମ୍‌ ପୂର୍ବ ଯୋଜନା ମୁତାବକ, ଲୋଇସିଂହା ଥାନାରେ ଲାଞ୍ଚ ନେଉଥିବା ସମୟରେ ସଂଗ୍ରାମଙ୍କୁ କାବୁ କରିଥିଲେ। ବଲାଙ୍ଗୀର ଟାଉନ ଥାନା ନିକଟରେ ଥିବା ତାଙ୍କ ସରକାରୀ ଘରେ ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ ଟିମ୍‌।

Share