ଲୋଇସିଂହା,୨୭।୮(ଡି.ଏନ୍.ଏ): ବଲାଙ୍ଗୀର ଜିଲା ଲୋଇସିଂହା ସହରରେ ଦିନକୁ ଦିନ କୋରାନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଚାଲିଛି। ବୁଧବାର ଏଠାରେ ଗୋଟିଏ ଦିନରେ ୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଲୋଇସିଂହାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଲୋଇସିଂହା ସରପଞ୍ଚ ଗୁରୁବାର ପୂର୍ବାହ୍ନ ୧୦ଟାରୁ ଅଗଷ୍ଟ ୩୦ଯାଏ ଶଟ୍ଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଔଷଧ, କ୍ଷୀର ସମେତ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ତେବେ ଖୀଲାପକାରୀଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା ପତ୍ରରେ ଦର୍ଶାଯାଇଛି।