Categories: ଜାତୀୟ

ଲୋକ ସଭାରେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି, ଓମ ବିରଲା କହିଲେ ଅପୂରଣୀୟ କ୍ଷତି

ନୂଆଦିଲ୍ଲୀ,୭ ।୨: ସଂସଦର ବଜେଟ ଅଧିବେଶନ ସମୟରେ ସୋମବାର ଲୋକ ସଭାରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସଂସଦ ପକ୍ଷରୁ ଲୋକ ସଭା ଅଧ୍ୟକ୍ଷ ଓମ ବିର୍ଲା ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ କହିଥିଲେ, ସ୍ୱରର ମଲିକା ଭାବେ ଦେଶ ବିଦେଶରେ ପରିଚିତ ଲତା । ତାଙ୍କର ବିୟୋଗ ଭାରତବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି । ଲତା ମଙ୍ଗେସକର ପ୍ରାୟ ସମସ୍ତ ଆଞ୍ଚଳିକ ଭାଷରେ ୨୫ ହଜାରରୁ ଅଧିକ ଗୀତ ଗାଇଥିଲେ । ତାଙ୍କର ଏହି ପ୍ରତିଭା ପାଇଁ ତାଙ୍କୁ ବହୁ ସମ୍ମାନରେ ସମ୍ମାନୀତ ବି କରାଯାଇଛି । ସୂଚନାଯୋଗ୍ୟ, ୯୨ ବର୍ଷ ବୟସରେ ଫେବୃୟାରୀ ୬ ରବିବାର ଭାରତ ରତ୍ନ ଲତା ମଙ୍ଗେସକରଙ୍କର ପରଲୋକ ହୋଇଯାଇଛି ।

Share