ନୂଆଦିଲ୍ଲୀ,୧୭।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ଶୁକ୍ରବାର ଉଭୟ ଗୃହକାର୍ଯ୍ୟ ଚାଲିପାରିନାହିଁ। ଯାହା ପରେ ଲୋକ ସଭା ଏବଂ ରାଜ୍ୟ ସଭାକୁ ମାର୍ଚ୍ଚ ୨୦ ଯାଏ ସ୍ଥଗିତ ରଖାଯାଇଛି। ଏହି ସମୟରେ ବିରୋଧୀ ଦଳର ନେତାମାନେ ସଂସଦ ଭବନର ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଆଦାନୀ ମାମଲାରେ ଜେପିସି ଯାଞ୍ଚ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ସାମିଲ ହୋଇଥିବା ଜଣାପଡିଛି।
ସଂସଦର ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ଲଣ୍ଡନରେ ଦେଇଥିବା ବିବୃତ୍ତି ପାଇଁ ରାହୁଲ ଗାନ୍ଧୀଙ୍କୁ ଘେରି ରହିଛନ୍ତି। ଶାସକ ଦଳ କ୍ରମାଗତ ଭାବେ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଜିଦ୍ ଧରି ବସିଛି। ଅନ୍ୟପଟେ, କଂଗ୍ରେସ କହିଛି ଯେ ରାହୁଲ ଗାନ୍ଧୀ କିଛି ଭୁଲ କହି ନାହାଁନ୍ତି ତେଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ।