ନୂଆଦିଲ୍ଲୀ,୧୪।୩: ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦରେ ହଟ୍ଟଗୋଳ ହୋଇଛି। ଲୋକ ସଭାରେ ପ୍ରଶ୍ନକାଳ ଆରମ୍ଭରୁ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ବିରୋଧୀ ହଙ୍ଗମା କରିଥିଲେ। ଯାହା ଫଳରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରି ନ ଥିଲା। ଏହାପରେ ଲୋକ ସଭାକୁ ଅପରାହ୍ନ ୨ଟା ଯାଏ ସ୍ଥଗିତ ରଖାଯାଇଛି।
ଏହା ପୂର୍ବରୁ ବିରୋଧୀ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିଥିଲେ। ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୀୟୁଷ ଗୋୟଲ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସମେତ ଅନେକ ଏମ୍ପିମାନେ ଦାବି କରିଥିଲେ। ଏହି କାରଣରୁ ସଂସଦର ପ୍ରକ୍ରିୟା ଦିନସାରା ସୁରୁଖୁରୁରେ ଚାଲିପାରି ନ ଥିଲା। ଅନ୍ୟପଟେ, କଂଗ୍ରେସ ନେତା ଆଦୀର ରଂଜନ ଚୌଧୁରୀ ମଙ୍ଗଳବାର କହିଛନ୍ତି ଯେ, ସରକାର ସଂସଦ ଚଳାଇବାକୁ ଚାହୁଁନାହାଁନ୍ତି। ତେଣୁ ସେ ଏଭଳି କରିଛନ୍ତି।