Categories: ଜାତୀୟ

ଜୁଲାଇ ୨୪ ପର୍ଯ୍ୟନ୍ତ ଉଭୟ ଗୃହ ସ୍ଥଗିତ

ନୂଆଦିଲ୍ଲୀ,୨୧।୭: ମୌସୁମୀ ଅଧିବେଶନର ଆଜି ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ମଣିପୁର ଘଟଣାକୁ ନେଇ କ୍ରମାଗତ ଭାବେ ବିରୋଧୀ ଗୃହରେ ହଙ୍ଗାମା କରୁଛନ୍ତି। ଲୋକ ସଭାକୁ ଜୁଲାଇ ୨୪ ଅର୍ଥାତ୍‌ ସୋମବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହା ପରେ ରାଜ୍ୟ ସଭାକୁ ମଧ୍ୟ ସୋମବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

Share