Categories: ଜାତୀୟ

ଝିଅ ବିବାହ ନିମନ୍ତ୍ରଣ ପତ୍ରରେ ପିତାଙ୍କ ବାର୍ତ୍ତା ଦେଖି ସମସ୍ତେ ପ୍ରଶଂସା କଲେ

ସୋଲେନ,୧୮।୫: ହିମାଚଳ ପ୍ରଦେଶର ସୋଲେନ ଜିଲାରେ ଭାଗ ସିଂ ଚନ୍ଦେଲ ନାମକ ଜଣେ ବ୍ୟକ୍ତିଙ୍କର ଆସନ୍ତା ୧୯ ତାରିଖରେ ଝିଅ ବିବାହ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସେ ନିମନ୍ତ୍ରଣ ପତ୍ର ମାଧ୍ୟମରେ ଅତିଥିମାନଙ୍କ ବିବାହରେ ଯୋଗ ଦେବାକୁ କହିଛନ୍ତି। ହେଲେ ସେ ନିମନ୍ତ୍ରଣ ପତ୍ରରେ ଏକ ବାର୍ତ୍ତା ଲେଖିଛନ୍ତି ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ବାର୍ତ୍ତାଟି ହେଉଛି ୧୯ ତାରିଖରେ ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ତେଣୁ ବିବାହରେ ଯୋଗ ଦେଉଥିବା ଅତିଥିମାନେ ପ୍ରଥମେ ମତଦାନ କରି ପରେ ବିବାହରେ ଯୋଗ ଦିଅନ୍ତୁ ବୋଲି ସେ କହିଛନ୍ତି। ଏହି ବାର୍ତ୍ତାଟିକୁ ନିମନ୍ତ୍ରଣ ପତ୍ର ଖୋଲୁ ଖୋଲୁ ଦେଖିବାକୁ ମିଳୁଛି। ସବୁ ନିମନ୍ତ୍ରିତ ଅତିଥି ଏହାକୁ ପଢିବା ଭଳି ଢଙ୍ଗରେ ଲେଖାଯାଇଛି। ଭାଗ ସିଂ ନିଜେ ମଧ୍ୟ କହିଛନ୍ତି, ବିବାହ ଦିନ ପ୍ରଥମେ ସେ ତାଙ୍କ ପୈତୃକ ଗ୍ରାମ ଯାଇ ଭୋଟ ଦେଇ ଆସିବା ପରେ କନ୍ୟାଦାନ କରିବେ। ଅଧିକ ସଂଖ୍ୟାରେ ମତଦାନକୁ ପ୍ରୋତ୍ସାହନ ଦେଉଥିବାରୁ ଭାଗ ସିଂଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।

Share