Categories: ଜାତୀୟ

ମିଶନ ୨୪: ବିହାରର ୩୦ଟି ସିଟ୍‌ରେ ନିର୍ବାଚନ ଲଢିବ ଭାଜପା, ଏନଡିଏର ସହଯୋଗୀ ଦଳଙ୍କୁ ମିଳିବ ଏତିକି ସିଟ୍‌

ପାଟନା,୧୯।୮: ମିଶନ ୨୪ନେଇ ରଣନୀତି ପ୍ରସ୍ତୁତି କଲାଣି ଭାଜପା। ମଧ୍ୟପ୍ରଦେଶ ଓ ଛତିଶଗଡରେ ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ବିହାରରେ କ୍ଷମତାକୁ ଆସିବା ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ଭାଜପା। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜ୍ୟର ୪୦ଟି ସିଟ ମଧ୍ୟରୁ ୩୦ଟିରେ ବିଜେପି ପ୍ରତିଦ୍ୱନ୍ଦ୍ୱିତା କରିବ। ପୂର୍ବ ପରି ଏଲଜେପିର ଉଭୟ ଦଳ ପାଇଁ ୬ଟି ସିଟ ଛାଡିବ। ଏହା ବ୍ୟତୀତ ଉପେନ୍ଦ୍ର କୁଶୱାହାଙ୍କ ଦଳ ରାଷ୍ଟ୍ରିୟ ଲୋକସଭା ଦଳକୁ ଦୁଇଟି ସିଟ ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚା (ହମ)କୁ ଗୋଟିଏ ସିଟ ଦେବାକୁ ଦଳ ନିଷ୍ପତ୍ତି ନେଇଛି।

ଏଲଜେପିର ଦୁଇ ଦଳ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଦଳର ହାଇକମାଣ୍ଡ ଚିରାଗ ପାସୱାନ ଏବଂ ପଶୁପତୀ ପାରସଙ୍କୁ ୬ଟି ସିଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟରେ ୩୦ଟି ଆସନରେ ଲଢୁଥିଲେ ମଧ୍ୟ ୩୫ଟି ଆସନ ଜିତିବାର ଲକ୍ଷ୍ୟ ରଖିଛି ଭାଜପା।

Share