Categories: ଜାତୀୟ

କଂଗ୍ରେସର ୧୬ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ନିର୍ବାଚନ ସମିତିକୁ ନେଇ ଚର୍ଚ୍ଚା ଆରମ୍ଭ, ରାଜସ୍ଥାନର କୌଣସି ନେତା ହୋଇ ନାହାନ୍ତି ସାମିଲ

ନୂଆଦିଲ୍ଲୀ,୬।୯: ଶେଷରେ କଂଗ୍ରେସ ୧୬ ସଦସ୍ୟ ବିଶିଷ୍ଟ ସମିତିର ଘୋଷଣା କରିଛି, ଯାହା ଆଗାମୀ ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବ୍ୟବସ୍ଥା ଓ ନିର୍ଣ୍ଣୟ ଉପରେ ନଜର ରଖିବ, ହେଲେ ଏଥିରେ ରାଜସ୍ଥାନର  ଜଣେ ହେଲେ ସାମିଲ ନ ଥିବାରୁ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି ଓ ଭିନ୍ନ ଭିନ୍ନ ପ୍ରକାର ଅନୁମାନ ଲଗାଯାଉଛି।

ଏହି କମିଟିରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲଙ୍ଗାନାର ଜଣେ ଜଣେ ନେତାଙ୍କୁ ସାମିଲ କରାଯାଇଛି। ହେଲେ ନିର୍ବାଚନୀ ରାଜ୍ୟ ରାଜସ୍ଥାନର କୌଣସି ନେତାଙ୍କୁ ଚୟନ କରାଯାଇ ନାହିଁ। ଏହି କମିଟିରେ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ଅମ୍ବିକା ସୋନି, ସଲମାନ ଖୁରସିଦ ଅଛନ୍ତି।
ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ସଚିନ ପାଇଲଟ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଭଳି ନେତାମାନେ ଏହି ୧୬ ଜଣିଆ ନିର୍ବାଚନ କମିଟିରେ ଅନ୍ତର୍ଭୁକ୍ତ ହୋଇନାହାଁନ୍ତି। ଦଳର ନେତାମାନେ କହିଛନ୍ତି ଯେ ହାଇକମାଣ୍ଡ ଦଳର ନେତାମାନଙ୍କୁ ଏକ ବାର୍ତ୍ତା ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ! ନିର୍ବାଚନ ସ୍ବଚ୍ଛ ଢଙ୍ଗରେ ହେବ ଏବଂ କୌଣସି ଶିବିର ପାଇଁ  ପକ୍ଷପାତିତା ହେବ ନାହିଁ ବୋଲି ପ୍ରତିଫଳିତ କରିବାକୁ ଚେଷ୍ଟା କରିଛନ୍ତି।

Share