ନୂଆଦିଲ୍ଲୀ,୧୮।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ସାରା ଦେଶରେ ରାଜନୈତିକ ଉତ୍ତାପ ତୀବ୍ର ହୋଇଛି ଏବଂ ସମସ୍ତ ଦଳ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ନିର୍ବାଚନ ଘୋଷଣା ସହିତ ଭାରତୀୟ ଜନତା ପାର୍ଟି ସକ୍ରିୟ ମୋଡରେ ରହିଛି। ଦଳ ଏ ପର୍ଯ୍ୟନ୍ତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦୁଇଟି ତାଲିକା ପ୍ରକାଶ କରିଥିବାବେଳେ ତୃତୀୟ ତାଲିକା ମଧ୍ୟ ଖୁବଶୀଘ୍ର ପ୍ରକାଶ କରିପାରେ।
ଉତ୍ତରପ୍ରଦେଶର ୫୧ଟି ଆସନରେ ଭାଜପା ପ୍ରାର୍ଥୀ ଦେଇଛି। ରାଜ୍ୟରେ ୨୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଏହି ୨୪ଟି ଆସନରୁ ପାର୍ଟି ଅନେକ ବଡ ଚେହେରାଙ୍କ ଠାରୁ ଟିକେଟ୍ କାଟିପାରେ ବୋଲି ଅନୁମାନ କରାଯାଉଛି। ଏଥିମଧ୍ୟରୁ ୬ଟି ନାମ ଅଛି ଯାହା ଉପରେ ସମସ୍ତଙ୍କ ନଜର ରହିଛି। ଏଥିମଧ୍ୟରେ ମନେକା ଗାନ୍ଧୀ, ବରୁଣ ଗାନ୍ଧୀ, ଭି.କେ ସିଂ, ଜେନେରାଲ ଭି.କେ ସିଂ, ରୀତା ବହୁଗୁଣା ଯୋଶୀ, ବ୍ରିଜ୍ଭୂଷଣ ସିଂ ଶରଣ ଏବଂ ସାଙ୍ଗମିତ୍ରା ଅଛନ୍ତି।