Categories: ଜାତୀୟ

ରାଏବରେଲି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି। ଭାଜପା ଦୀନେଶ ପ୍ରତାପ ସିଂଙ୍କୁ ପ୍ରାର୍ଥୀ କରିଛି। ଦୀନେଶ ପ୍ରତାପ ସିଂ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି । ତେବେ କଂଗ୍ରେସ ପକ୍ଷରୁ ରାଏବରେଲିରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ।

ଦୀନେଶ ପ୍ରତାପ ସିଂ ୨୦୧୯ରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୨୦୧୯ରେ ଏକ ନିର୍ବାଚନ ରାଲିରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଦୀନେଶ ପ୍ରତାପ ସିଂଙ୍କ କାନ୍ଧରେ ହାତ ରଖିଥିଲେ। ଏହାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଏହା ପରେ ହିଁ ତାଙ୍କର ସ୍ଥିତି ଭାଜପାରେ ବୃଦ୍ଧି ପାଇବାରେ ଲାଗିଲା। ଦୀନେଶ ପ୍ରତାପ ସିଂ ପୂର୍ବରୁ କଂଗ୍ରେସରେ ଥିଲେ।

 

Share