Categories: ଜାତୀୟ

ଇଣ୍ଡିଆ ନାଁକୁ ବିରୋଧ କରୁଥିବା ଲୋକଙ୍କ ଭିତରେ ଦେଶଭକ୍ତି ନାହିଁ: ସଞ୍ଜୟ

ମୁମ୍ବାଇ,୧୯।୭: ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକରେ ୨୦୨୪ ପାଇଁ ଏକ ନୂତନ ମେଣ୍ଟ ଗଠନ କରାଯାଇଛି। ଏହାର ନାମ ହେଉଛି ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ ଅର୍ଥାତ୍‌ ଇଣ୍ଡିଆ। ମେଣ୍ଟ ର ନାମ ଘୋଷଣା ହେବା ପରଠାରୁ ଭାଜପା କ୍ରମାଗତ ଭାବେ ଆକ୍ରମଣ କରୁଛି। ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱ ଶର୍ମା ନିଜ ଟୁଇଟର ବାୟୋରୁ ଇଣ୍ଡିଆକୁ ହଟାଇ ଦେଇଛନ୍ତି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏହି ନାମକୁ ବିରୋଧ କରୁଥିବା ଭାଜପା ଉପରେ ଆକ୍ରମଣ କରି କହିଛନ୍ତି ଯେ, ଯେଉଁମାନେ ଇଣ୍ଡିଆ ନାମରେ ବିବାଦ କରୁଛନ୍ତି ସେମାନେ ଦେଶପ୍ରେମୀ ନୁହଁନ୍ତି।

ରାଉତ କହିଛନ୍ତି, ଯେଉଁ ଲୋକମାନେ କହୁଛନ୍ତି ମୋଦି ହେଉଛନ୍ତି ଭାରତ, ଏହା ଭାରତ ପାଇଁ କ’ଣ ଅପମାନ ନୁହେଁ? ନିଜକୁ ଭାରତ ବୋଲି କହୁଥିବା ପ୍ରଧାନମନ୍ତ୍ରୀ ଭୁଲ କରିଛନ୍ତି। ସେମାନେ ବୁଝିବା ଆବଶ୍ୟକ ଯେ ମୋଦି ଭାରତ ନୁହଁନ୍ତି। ଦେଶର ପ୍ରତ୍ୟେକ ନାଗରିକ ହେଉଛନ୍ତି ଭାରତ।

Share