Categories: ଜାତୀୟ

ନିର୍ବାଚନ ପୂର୍ବରୁ ୟୁପି, ଉତ୍ତରାଖଣ୍ଡରେ ନୂଆ ପ୍ରଭାରୀ ଘୋଷଣା କଲା ଭାଜପା

ନୂଆଦିଲ୍ଳୀ,୨୭।୧: ଆସନ୍ତା ଲୋକ ସଭା ନିର୍ବାଚନ ପୂର୍ବରୁ ଶନିବାର ଭାଜପା ୨୩ଟି ରାଜ୍ୟର ନୂଆ ପ୍ରଭାରୀ ନାମ ଘୋଷଣା କରିଛି। ଏହାର ତାଲିକା ପ୍ରକାଶ ପାଇଛି। ଦଳ ପକ୍ଷରୁ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ନୂତନ ପ୍ରଭାରୀ ନାମ ଘୋଷଣା କରାଯାଇଛି। ୟୁପିରେ ଭାଜପା ବୈଜୟନ୍ତ ପଣ୍ଡାଙ୍କୁ ନୂଆ ପ୍ରଭାରୀ କରିଛି।

ଶନିବାର ଭାଜପା ଦ୍ୱାରା ପ୍ରକାଶିତ ତାଲିକାରେ ଉତ୍ତରପ୍ରଦେଶ ବ୍ୟତୀତ ଉତ୍ତରଖଣ୍ଡର ପ୍ରଭାରୀ ଦାୟିତ୍ୱ ଦୁଷ୍ୟନ୍ତ ଗୌତମଙ୍କୁ ଦିଆଯାଇଛି। ୨୩ଟି ରାଜ୍ୟର ପ୍ରଭାରୀ ତାଲିକା ଭାଜପାର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ପ୍ରକାଶ କରିଛନ୍ତି। ଏଥିରେ ଲେଖା ଅଛି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ରାଜ୍ୟଗୁଡ଼ିକର ନିର୍ବାଚନ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛନ୍ତି।

ଭାଜପା ଆଣ୍ଡାମାନ ନିକୋବର, ଅରୁଣାଚଳ ପ୍ରଦେଶ, ବିହାର, ଚଣ୍ଡିଗଡ଼, ଡାମନ ଏବଂ ଡିୟୁ, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଝାଡଖଣ୍ଡ, କର୍ନାଟକ, କେରଳ, ଲଦାଖ, ଲକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ , ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ପ୍ରଭାରୀ ନାମ ଘୋଷଣା କରିଛି।

Share