Categories: ଜାତୀୟ

ଗାଜିପୁର ଲୋକ ସଭା ଉପନିର୍ବାଚନରେ ଓମ ପ୍ରକାଶ ରାଜଭରଙ୍କ ପୁଅଙ୍କୁ ଟିକେଟ ଦେଇପାରେ ଭାଜପା

ଗାଜିପୁର,୫।୭: ୨୦୨୪ ଲୋକ ସଭା ନିର୍ବାଚନରେ ଓମ ପ୍ରକାଶ ରାଜଭର ସୁହେଲଦେବ ଭାରତୀୟ ସମାଜ ପାର୍ଟି ସହ ମେଣ୍ଟ ଖବର ମଧ୍ୟରେ ଭାଜପା ରାଜଭରଙ୍କ ପୁଅ ଅରବିନ୍ଦ ରାଜଭରଙ୍କୁ ଗାଜିପୁର ଲୋକ ସଭା ଉପନିର୍ବାଚନରେ ଟିକେଟ ଦେଇପାରେ। ଗତ କିଛି ଦିନ ପୂର୍ବରୁ ରାଜଭର ଅମିତ ଶାହାଙ୍କୁ ଦିଲ୍ଲୀରେ ଦୁଇଥର ଭେଟିଛନ୍ତି। ଗାଜିପୁର ଲୋକ ସଭା ଆସନ ମାଫିଆ ମୁଖତାର ଆନସାରୀଙ୍କ ଭାଇ ଅଫଜାଲ ଆନସାରୀଙ୍କ ଦ୍ୱାରା ରହିଥିଲା, କିନ୍ତୁ ଗ୍ୟାଙ୍ଗଷ୍ଟର ମାମଲାରେ ଚାରି ବର୍ଷ ଦଣ୍ଡିତ ହେବା ପରେ ସେ ଆସନ ହରାଇଥିଲେ।

 

Share