Categories: ଜାତୀୟ

ଦିଲ୍ଲୀରେ ଏକାକି ନିର୍ବାଚନ ଲଢିବ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ,୨୮।୬: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକଜୁଟ ହେବାରେ ଲାଗିଥିବା ବିରୋଧୀ ଦଳ ଜୁନ ୨୩ରେ ବିହାରର ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଥିଲେ। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନେକ ନେତା ଯୋଗ ଦେଇଥିଲେ।
ଇତିମଧ୍ୟରେ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ବୁଧବାର କହିଛି କି ଦଳ ଦିଲ୍ଲୀର ୭ଟି ଲୋକ ସଭା ଆସନରେ ଏକାକି ନିର୍ବାଚନ ଲଢିବ। ଏଏପିର ମହାସଚିବ ସନ୍ଦିପ ପାଠକ କହିଛନ୍ତି, ନିର୍ବାଚନ ପ୍ରଚାର ସମୟରେ ଆମେ ଜନତାଙ୍କ ସାମ୍ନାରେ ନିଜର କଥା ରଖିବୁ କି କେନ୍ଦ୍ରର ଅଧ୍ୟାଦେଶ ଆପଣଙ୍କ ବିରୋଧରେ।

Share