Categories: ଜାତୀୟ

ଏନଡିଏରେ ସାମିଲ ହେବା ପ୍ରଶ୍ନ ଉପରେ ସ୍ପଷ୍ଟ କଲେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୧୨।୨: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରିୟ ଲୋକ ଦଳ(ଆର୍‌ଏଲଡି) ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ ବର୍ତ୍ତମାନ ଏନଡିଏରେ ଯୋଗଦେବା ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି। ଏନଡିଏରେ ଯୋଗଦେବା ପ୍ରଶ୍ନରେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ମୋର ସମସ୍ତ ବିଧାୟକଙ୍କ ସହ କଥା ହୋଇଛି। ଆମକୁ ଅଳ୍ପ ସମୟ ମଧ୍ୟରେ ନିଷ୍ପତ୍ତି ନେବାକୁ ପଡିଛି। ପରିସ୍ଥିତି ଏପରି ଥିଲା ଯେ ଆମେ ଏନଡିଏ ସହିତ ଯିବାକୁ ସ୍ଥିର କରିଛୁ। ଜୟନ୍ତ କହିଛନ୍ତି ଯେ ଆମର ସମସ୍ତ ବିଧାୟକ ଏବଂ କାର୍ଯ୍ୟକର୍ତ୍ତା ଆମ ସହିତ ଅଛନ୍ତି।

ନିକଟରେ ମୋଦି ସରକାରଙ୍କ ଦ୍ୱାରା ଜୟନ୍ତ ଚୌଧୁରୀଙ୍କ ଜେଜେବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଥିଲେ। ଯାହା ପରେ ଜୟନ୍ତ ଚୌଧୁରୀ ଏନଡିଏରେ ଯୋଗଦେବା ନେଇ କଳ୍ପନାଜଳ୍ପନା କରାଯାଇଥିଲା। ତେବେ ସେ ଖୁବ୍‌ଶୀଘ୍ର ଭାଜପା ସହ ଏକ ମେଣ୍ଟ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

Share