Categories: ଜାତୀୟ

୨୦୨୪ରେ କାମ କରିବ କି ଏହି ପ୍ଲାନ, ପ୍ୟାନ ଇଣ୍ଡିଆ ମିଶନରେ ଏକାଠି ହେବେ ଦଳ, ଏନଡିଏ ବୈଠକରେ ଦେଖାଯିବ ଟ୍ରେଲର

ନୂଆଦିଲ୍ଲୀ,୯।୭: ଲୋକ ସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ(ଏନଡିଏ)ର ବୈଠକ ପୂର୍ବରୁ ରାଜନୈତିକ ଉଷ୍ମତା ଦେଖାଦେଇଛି। ଭାଜପାର ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟର ପ୍ରଥମ ଝଲକ ଜୁଲାଇ ୧୮ରେ ହେବାକୁ ଯାଉଥିବା ଏନଡିଏ ବୈଠକରେ ଦେଖିବାକୁ ମିଳିବ। ଏହି ବୈଠକରେ ଶିବସେନାର ଶିନ୍ଦେ ଗ୍ରୁପ ସହିତ ଏନସିପିର ଅଜିତ ପାୱାରଙ୍କ ଦଳ ସାମିଲ ହେବେ ବୋଲି ଅନୁମାନ କରାଯାଉଛି। ଏହା ସହିତ ଲୋକ ଜନଶକ୍ତି ପାର୍ଟି (ରାମବିଳାସ ପାସୱାନ) ମୁଖ୍ୟ ଚିରାଗ ପାସୱାନ ପୁଣି ଥରେ ଏନଡିଏକୁ ପ୍ରତ୍ୟାବର୍ତ୍ତନ କରିବାର ସଙ୍କେତ ମିଳିଛି। କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ନିତ୍ୟାନନ୍ଦ ରାୟ ରବିବାର ପାଟନାରେ ଚିରାଗ ପାସୱାନଙ୍କୁ ଭେଟିଛନ୍ତି।
ରବିବାର ଏଲଜେପି (ରାମବିଳାସ) ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଚିରାଗ ପାସୱାନଙ୍କୁ ମିଳିତ ମଞ୍ଚ ଉପରେ ନିଷ୍ପତ୍ତି ନେବାକୁ ଅନୁମତି ଦିଆଯାଇଥିଲା। ଏଲଜେପି ରାମବିଳାସଙ୍କ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅରୁଣ କୁମାର କହିଛନ୍ତି, ଚିରାଗ ଯାହା ବି ନିଷ୍ପତ୍ତି ନେବେି, ଦଳ ଏହାକୁ ଗ୍ରହଣ କରିବ। ଚିରାଗ ପାସୱାନଙ୍କୁ କେନ୍ଦ୍ର ମନ୍ତ୍ରୀ କରାଯାଉଥିବା କଳ୍ପନା ଜଳ୍ପନାରେ ସେ କିଛି କହିବାକୁ ମନା କରି ଦେଇଛନ୍ତି। ଚିରାଗ ପାସୱାନ ମଧ୍ୟ ଏଏନଆଇକୁ କହିଛନ୍ତି ଯେ ଦଳର ନେତାମାନେ ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ଏବଂ ରାଜ୍ୟର ନିର୍ବାଚନ ପାଇଁ ଏକ ମେଣ୍ଟ ଗଠନ କରିବାକୁ ମୋତେ ଅନୁମତି ଦେଇଛନ୍ତି।

Share