Categories: ଜାତୀୟ

ଏନଡିଏରେ ସାମିଲ ହେବା ପରେ ଆକ୍ସନ ମୋଡରେ ଓମ ପ୍ରକାଶ, ମିଶନ ୮୦କୁ ନେଇ ପ୍ରସ୍ତୁତ କଲେ ରଣନୀତି

ଲକ୍ଷ୍ନୌ,୨୪।୭: ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଏନଡିଏରେ ସାମିଲ ହେବା ପରେ କ୍ରମାଗତ ଭାବରେ ଆକ୍ସନ ମୋଡରେ ଅଛନ୍ତି। ଅନ୍ୟପକ୍ଷରେ ସେ ବିରୋଧୀ ଦଳ ବିଶେଷ କରି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପରେ ଘୋର ଆକ୍ରମଣ କରୁଥିବାବେଳେ ସେ ବର୍ତ୍ତମାନ ଏନଡିଏର ମିଶନ ୮୦ରେ କାମ କରିବା ଆରମ୍ଭ କରିଛନ୍ତି। ଏନଡିଏରେ ଯୋଗଦେବା ପରେ ରାଜଭର ଭାଜପା ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ, ଡେପୁଟି ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସୌଜନ୍ୟମୂଳକ ବୈଠକ କରିଛନ୍ତି। କେବଳ ଏତିକି ନୁହେଁ, ଏହି ସମୟରେ ସେ ପୂର୍ବାଞ୍ଚଳର ସେହି ୬ଟି ଆସନ ବିଷୟରେ ଆଲୋଚନା କରିଛନ୍ତି। ଯେଉଁଠାରେ ୨୦୧୯ରେ ଭାଜପାକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଓମ ପ୍ରକାଶ ରାଜଭର କହିଛନ୍ତg, ସେ ଗତ ନିର୍ବାଚନରେ ଭାଜପାର ପ୍ରଦର୍ଶନ ଖରାପ ଥିବା ସେହି ଆସନରୁ ପୂର୍ବାଞ୍ଚଳରେ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଚାହୁଁଛନ୍ତି। ଏଥିପାଇଁ ରାଜଭର ଆଜମଗଡର ଲାଲଙ୍ଗଜ ଲୋକ ସଭା ଆସନରୁ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ରାଜଭର କହିଛନ୍ତି ଯେ, ସେ ଚାହୁଁଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲଗଞ୍ଜରେ ଏକ କାର୍ଯ୍ୟକ୍ରମ କରନ୍ତୁ, ତେଣୁ ସେ ସେଠାରୁ ୨୦୨୪ର ମିଶନ ଆରମ୍ଭ କରିବା ଉଚିତ୍‌ ।

Share