Categories: ଜାତୀୟ

ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଶିବସେନା (ୟୁବିଟି), ଜାଣନ୍ତୁ କେଉଁଠୁ କାହାକୁ ମିଳିଲା ଟିକେଟ୍‌

ମୁମ୍ବାଇ,୨୭।୩: ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରୁଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଶିବସେନା (ୟବିଟି) ର ନାଁ ମଧ୍ୟ ଯୋଡି ହୋଇଯାଇଛି। ବାସ୍ତବରେ ଦଳ ମହାରାଷ୍ଟ୍ରରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ୧୬ ଜଣ ପ୍ରାର୍ଥୀ ଘୋଷଣା କରିଛି।

କଂଗ୍ରେସ ନେତା ସଞ୍ଜୟ ନିରୁପମ ଯେଉଁ ସ୍ଥାନରୁ ଟିକେଟ୍‌ ଚାହୁଁଥିଲେ ଶିବସେନା ଅମୋଲ କୀର୍ତ୍ତିକରଙ୍କୁ ଟିକେଟ୍‌ ଦେଇଛି। ଶିବସେନା ବୁଲଡାଣାରୁ ନରେନ୍ଦ୍ର ଖେଡକର, ମୁମ୍ବାଇ ଦକ୍ଷିଣରୁ ଅରବିନ୍ଦ ସାୱନ୍ତ, ପରଭଣି ଲୋକ ସଭା ଆସନରୁ ସଞ୍ଜୟ ଯାଦବ, ୟାଭତମାଲ ୱାଶିମରୁ ସଞ୍ଜୟ ଦେଶମୁଖ, ସାଙ୍ଗଲିରୁ ଚନ୍ଦ୍ରହାର ପାଟିଲ ଏବଂ ହିଙ୍ଗୌଲି ଆସନରୁ ନାଗେଶ ପାଟିଲଙ୍କୁ ମଇଦାନକୁ ଓହ୍ଲାଇଛି।

ଏହା ବ୍ୟତୀତ ସମ୍ଭାଜିନଗରରୁ ଚନ୍ଦ୍ରକାନ୍ତ ଖୈର, ଧାରସିଭ ଆସନରୁ ଓମରାଜେ ନିମ୍ବାଲକର, ଶିରିଡିରୁ ଭାଉସାହେବ ୱାଗଚୌର, ନାଶିକରୁ ରାଜୁଭଉ ୱେଜ, ରାଇଗଡରୁ ଅନନ୍ତ ଗୀତେ, ସିନ୍ଧୁଦର୍ଗ ରତ୍ନାଗିରିରୁ ବିନାୟକ ରାଉ ଏବଂ ଥାନେରୁ ରାଜନ ଭିଚାରେଙ୍କୁ ଟିକେଟ ମିଳିଛି। ସେହିପରି ଉତ୍ତର ପୂର୍ବ ମୁମ୍ବାଇର ସଞ୍ଜୟ ଦିନା ପାଟିଲ ଏବଂ ଉତ୍ତର ପଶ୍ଚିମ ମୁମ୍ବାଇରୁ ଅମୋଲ କୀର୍ତ୍ତିକର ଦଳର ପ୍ରାର୍ଥୀ ହେବେ।

Share