Categories: ଜାତୀୟ

ରାଏବରେଲି ଆସନ ଛାଡିପାରନ୍ତି ସୋନିଆ, ଏହି ଲୋକ ସଭା ନିର୍ବାଚନମଣ୍ଡଳୀରୁ ଲଢିବା ପାଇଁ ପାସ୍‌ ହେଲା ପ୍ରସ୍ତାବ

ନୂଆଦିଲ୍ଲୀ,୪।୧: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ସମୟରେ ତେଲଙ୍ଗାନା କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନେଇ ଏକ ପ୍ରସ୍ତାବ ପାରିତ କରିଛି। ଏଥିରେ ତେଲଙ୍ଗାନା କଂଗ୍ରେସ ସାଧାରଣ ନିର୍ବାଚନରେ ସୋନିଆଙ୍କୁ ରାଜ୍ୟର ଯେକୌଣସି ଆସନରୁ ନିର୍ବାଚନ ଲଢିବାକୁ ଦାବି କରିଛି। ଯଦି ଏପରି ଘଟେ ତେବେ ସେ ମେଡକ ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି କଳ୍ପନାଜଳ୍ପନା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ଏଠାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିସାରିଛନ୍ତି।

କଂଗ୍ରେସ ନେତା ମଧୁ ୟାକ୍ଷି ଗୌଡ କହିଛନ୍ତି , ଆମେ ଏକ ପ୍ରସ୍ତାବ ପାରିତ କରିଛୁ ଯେ ସୋନିଆ ଗାନ୍ଧୀ ତେଲଙ୍ଗାନାରୁ ନିର୍ବାଚନ ଲଢନ୍ତୁ। ତାଙ୍କର ଏହି ଲଢେଇରୁ ସମଗ୍ର ଦକ୍ଷିଣ ଭାରତରେ ଦଳ ପାଇଁ ଲାଭଦାୟକ ହେବ। ସୋନିଆ ଗାନ୍ଧୀ ବର୍ତ୍ତମାନ ରାଏବରେଲିରୁ ଏମ୍‌ପି ଅଛନ୍ତି। ରାଏବରେଲି ଆସନ କଂଗ୍ରେସର ଏକ ଗଡ଼ ପାଲଟିଛି। ଗତ ଚାରିଟି ନିର୍ବାଚନରେ ସୋନିଆ ଏଠାରୁ ଜିତିଛନ୍ତି।

Share