Lok sabha Election: କ୍ରିକେଟର ୟୁସୁଫ ପଠାନଙ୍କୁ ଟିକେଟ୍‌ ଦେଲେ ମମତା, ଏହି ଠୁ ଲଢିବେ ନିର୍ବାଚନ

କୋଲକତା, ୧୦।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ସମସ୍ତ ୪୨ ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ତୃଣମୂଳ କଂଗ୍ରେସ(ଟିଏମସି) ବହରାମପୁରରୁ କ୍ରିକେଟର ୟୁସୁଫ ପଠାନଙ୍କୁ ଟିିକେଟ୍‌ ଦେଇଛି। ଟିଏମସି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୟୁସୁଫ ବହରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କଂଗ୍ରେସ ନେତା ଆଧୀର ରଞ୍ଜନ ଚୌଧୁରୀଙ୍କୁ ମୁକାବିଲା କରିବେ। ୟୁସୁଫଙ୍କ ବ୍ୟତୀତ ଟିଏମସିର ପ୍ରାର୍ଥୀ ତାଲିକାରେ ୪୧ଜଣଙ୍କ ନାଁ ରହିଛି।

Share