ମୁମ୍ବାଇ,୨୯।୮: ଶିବସେନା ଏମ୍ପି ସଞ୍ଜୟ ରାଉତ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି , ନିର୍ବାଚନରେ ଜିତିବା ପାଇଁ ଭାଜପା କିଛି ବି କରିପାରେ। ସର୍ଜିକାଲ ଷ୍ଟ୍ରାଇକ ଏବଂ ଗୋଧ୍ରା ଭଳି ଘଟଣା ବି ଘଟାଇପାରେ।
ସଞ୍ଜୟ କହିଛନ୍ତି, ଲୋକଙ୍କ ମନରେ ଏକ ଭୟ ରହିଛି ଯେ, ନିର୍ବାଚନରେ ଜିତିବା ପାଇଁ ଏକ ରାଜନୈତିକ ଦଳ ସର୍ଜିକାଲ ଷ୍ଟ୍ରାଇକ ଡ୍ରାମା କରିପାରେ। ଯେଉଁ ଦଳ ଏବଂ ଏହାର ପ୍ରଧାନମନ୍ତ୍ରୀଙ୍କ ପୁଲୱାମା ଭଳି ଘୃଣ୍ୟ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ କହିଛନ୍ତି ଯେ, ପୁଲୱାମା ଘଟି ନଥିଲା, ଏହା କରାଯାଇଥିଲା, ନିର୍ବାଚନ ଜିତିବା ପାଇଁ ଏହି ଦଳ କିଛି ବି କରିପାରେ।