Advertisement
Categories: ଜାତୀୟ

ନମୋ ଟିଭି ଉପରେ ନିର୍ବାଚନ କମିଶନଙ୍କ ଛାଟ: ଭୋଟିଂର ୪୮ ଘଣ୍ଟା ପୂର୍ବରୁ ଚାଲିବ ନାହିଁ ମୋଦିଙ୍କ ରେକର୍ଡେଡ୍‌ ଶୋ’

ନୂଆଦିଲ୍ଲୀ,୧୭।୪: ନମୋ ଟିଭିକୁ ନେଇ ନିର୍ବାଚନ କମିଶନ ଭାଜପାକୁ ବଡ଼ ଝଟକା ଦେବା ସହ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନୂଆ ନିୟମ ଅନୁଯାୟୀ ନମୋ ଟିଭିରେ ଯେକୌଣସି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇ ପାରିବ, କିନ୍ତୁ ଯେଉଁ ସହରରେ ନିର୍ବାଚନ ହେବାକୁ ଥିବ; ସେଠାରେ ୪୮ଘଣ୍ଟା ପୂର୍ବରୁ କୌଣସି ରେକର୍ଡିଂ ହୋଇଥିବା କାର୍ଯ୍ୟକ୍ରମ ପ୍ରସାରଣ କରାଯାଇ ପାରିବ ନାହିଁ। ଏହା ଉପରେ କଡା ନଜର ରଖିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ନିର୍ବାଚନ ଆୟୋଗଙ୍କୁ ଚ୍ୟାନେଲର ମନିଟରିଂ କରିବାକୁ କୁହାଯାଇଛି। ଗତ ଶନିବାର ନିର୍ବାଚନ କମିଶନ ବିନା ମଞ୍ଜୁରୀପ୍ରାପ୍ତ କୌଣସି କାର୍ଯ୍ୟକ୍ରମ ପ୍ରସାରଣ ନ କରିବାକୁ, ନମୋ ଟିଭିକୁ ନିର୍ଦ୍ଦେଶ ଦେଇଥିଲେ। ଆୟୋଗ ପକ୍ଷରୁ କୁହାଯାଇଥିଲା ଯେ, ନମୋ ଟିଭି ଭାଜପା ପ୍ରାୟୋଜିତ ଅଟେ। ତେଣୁ ତାର ସମସ୍ତ କାର୍ଯ୍ୟକ୍ରମ ଯାଞ୍ଚ କମିଟିର ସ୍ବୀକୃତି ହାସଲ କରିବା ଆବଶ୍ୟକ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share