Categories: ଜାତୀୟ

ଇଣ୍ଡିଆ ମେଣ୍ଟରେ ଭାଜପାର ଏଜେଣ୍ଟ ହେଉଛି ଏଏପି: କଂଗ୍ରେସ ନେତା

ନୂଆଦିଲ୍ଲୀ,୨୯।୮: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମୁମ୍ବାଇ ବୈଠକର ଦୁଇ ଦିନ ପୂର୍ବରୁ ଦିଲ୍ଲୀ କଂଗ୍ରେସ ନେତା ତଥା ପୂର୍ବତନ ଏମ୍‌ପି ସନ୍ଦୀପ ଦୀକ୍ଷିତ ପୁଣି ଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି। ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରି ସେ କହିଛନ୍ତି, ଏହି ଦଳର ନେତା ସାଧାରଣ ଲୋକଙ୍କ ବିଷୟରେ କଥାବାର୍ତ୍ତା କରୁଥିଲେ, ଏହାର ମୁଖ୍ୟ ବର୍ତ୍ତମାନ ଏକ ବଙ୍ଗଳାରେ ରୁହନ୍ତି।

ସନ୍ଦୀପ ଦୀକ୍ଷିତଙ୍କ ଅଭିଯୋଗ ମଧ୍ୟ ରହିଛି ଯେ, କିଛି ଲୋକ ପଞ୍ଜାବ ସରକାରଙ୍କ ଟଙ୍କାକୁ ନିଜ ରାଜନୀତିରେ ବ୍ୟବହାର କରୁଛନ୍ତି। କଂଗ୍ରେସ ନେତା ଏଠାରେ ଅଟକି ନାହାଁନ୍ତି, ସେ ଆହୁରି ମଧ୍ୟ କହିଛନ୍ତି ଯେ,‘ଇଣ୍ଡିଆ’ ମେଣ୍ଟରେ ଏଏପି ଭାଜପାରର ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛି।

Share