Posted inଜାତୀୟ

Lok Sabha Elections 2024: ଦିଲ୍ଲୀରେ କଂଗ୍ରେସକୁ ଗୋଟିଏ ଆସନ ଦେବାକୁ କହିଲା ଏଏପି…

ନୂଆଦିଲ୍ଲୀ,୧୩।୨ : ଆମ ଆଦମୀ ପାର୍ଟି(ଏଏପି)ର ରାଜନୈତିକ ବ୍ୟାପାର କମିଟି (ପିଏସି) ର ବୈଠକ ଶେଷ ହୋଇଛି। ସନ୍ଦୀପ କହିଛନ୍ତି ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମିଳିତ ହୋଇ ଲଢ଼ିବା ଉପରେ ମୁଖ୍ୟ ଆଲୋଚନା ହୋଇଛି। ସେ କହିଛନ୍ତି ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ଆମେ ଭାଜପାକୁ ପରାସ୍ତ କରିବାକୁ ଇଣ୍ଡିଆ ସହଯୋଗୀ ଦଳ ସହ ଏକାଠି ହୋଇଛୁ।

ମିଳିତ ମଞ୍ଚର ଉଦ୍ଦେଶ୍ୟ ଦେଶର ସ୍ବାର୍ଥରେ। ତେଣୁ ଏଏପି ମିଳିତ ମଞ୍ଚର ଏକ ଅଂଶ ହୋଇ ରହିବ। କିନ୍ତୁ ନିର୍ବାଚନ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ କଂଗ୍ରେସ ପକ୍ଷରୁ ବିଳମ୍ବ ହେଉଛି।

ଦୁଇଥର କଂଗ୍ରେସ ସହିତ ବୈଠକ ହୋଇଛି। କିନ୍ତୁ କୌଣସି ସିଦ୍ଧାନ୍ତ ନିଆଯାଇ ନାହିଁ। ଏହା ପରେ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହୋଇନାହିଁ। ଆମେ ଏହାକୁ ଅପେକ୍ଷା କରିଛୁ।

ଆମକୁ କୁହାଯାଇଥିଲା କଂଗ୍ରେସର ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଯୋଗୁ ବିଳମ୍ବ ହେଉଛି, କିନ୍ତୁ ବୈଠକ କେବେ ହେବ ତାହା କଂଗ୍ରେସ ନେତାମାନେ ମଧ୍ୟ କହିପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ନିର୍ବାଚନ କିପରି ଜିତିବ ବୋଲି ପ୍ରଶ୍ନ ଉଠିଛି।

ଦିଲ୍ଲୀରେ କଂଗ୍ରେସକୁ ଏଏପି ଗୋଟିଏ ଆସନ ଦେବ। ଯଦି ଏହା ଉପରେ କୌଣସି ସିଦ୍ଧାନ୍ତ ନିଆ ନ ଯାଏ, ତେବେ ଆସନ୍ତା କିଛି ଦିନ ମଧ୍ୟରେ ଏଏପି ଦିଲ୍ଲୀର ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରିବ।

ସେ କହିଛନ୍ତି ଯେ ଆଜି ଦିଲ୍ଲୀରେ କଂଗ୍ରେସର ପରିସ୍ଥିତି କଂଗ୍ରେସ ପାଇଁ ଗୋଟିଏ ବି ଆସନ ଦେବାର ଆବଶ୍ୟକତା ନାହିଁ, କିନ୍ତୁ ମିଳିତ ମଞ୍ଚକୁ ଦୃଷ୍ଟିରେ ରଖି ସେମାନଙ୍କୁ ଗୋଟିଏ ଆସନ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri