Categories: ଜାତୀୟ

ଲୋକ ସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଜାରି, ଜାଣନ୍ତୁ କେଉଁ ରାଜ୍ୟରେ କେତେ ଆସନରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୦।୩: ଗତ ସପ୍ତାହରେ ନିର୍ବାଚନ ଆୟୋଗ ଲୋକ ସଭା ନିର୍ବାଚନ ୨୦୨୪ ତାରିଖ ଘୋଷଣା କରିବା ପରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ସାଧାରଣ ନିର୍ବାଚନ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନ ଆୟୋଗ ମାର୍ଚ୍ଚ ୨୦ରେ ବିଜ୍ଞପ୍ତି ଜାରି କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟରେ ୧୦୨ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ସମେତ ୨୧ଟି ରାଜ୍ୟରୁ ପ୍ରାର୍ଥୀମାନେ ଆଜିଠାରୁ ନାମାଙ୍କନ ଦାଖଲ କରିବେ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୯ରେ ୨୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ଫଳାଫଳ ଜୁନ ୪ରେ ଘୋଷଣା କରାଯିବ।

ଯଦି ଆମେ ୨୦୨୪ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ବିଷୟରେ ଆଲୋଚନା କରିବା, ତେବେ ଅରୁଣାଚଳ ପ୍ରଦେଶରେ ୨, ଆସାମରେ ୪, ମଣିପୁରରେ ୪, ମେଘାଳୟରେ ୨, ମିଜୋରାମରେ ୨, ନାଗାଲାଣ୍ଡରେ ୨, ସିକ୍କିମରେ ୨, ତ୍ରିପୁରାରେ ୨, ଆଣ୍ଡାମାନରେ ନିକୋବର, ଲକ୍ଷ୍ମୀଦୀପରେ ୧ ଟି ରହିଛି। ସେହିପରି ପୁଡୁଚେରୀରେ ୧, ତାମିଲନାଡୁରେ ୩୯ଟି, ରାଜସ୍ଥାନରେ ୧୨ଟି, ଉତ୍ତରପ୍ରଦେଶରେ ୮ଟି, ମଧ୍ୟପ୍ରଦେଶରେ ୬ ଟି, ମହାରାଷ୍ଟ୍ରରେ ୫ଟି, ଉତ୍ତରାଖଣ୍ଡରେ ୫ଟି, ବିହାରରେ ୫ଟି ଏବଂ ପଶ୍ଚିମବଙ୍ଗରେ ୫ଟି ସିଟ ରହିଛି।

Share