Categories: ଜାତୀୟ

ଲୋକ ସଭା ନିର୍ବାଚନ ପୂର୍ବରୁ ହରିୟାଣା ଏଏପିରେ ବଡ ଧରଣର ପରିବର୍ତ୍ତନ

ଚଣ୍ଡିଗଡ଼,୨୫।୫: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି) ହରିୟାଣା ୟୁନିଟରେ ବଡ ଧରଣର ଅଦଳ ବଦଳ କରିଛି। ରାଜ୍ୟ ସଭା ଏମପି ସୁଶିଲ ଗୁପ୍ତାଙ୍କୁ ହରିୟାଣାର ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ସେମିତି ଅଶୋକ ତନଓ୍ବରଙ୍କୁ କ୍ୟାମ୍ପେନ କମିଟିର ଅଧ୍ୟକ୍ଷ କରାଯାଇଛି। ସେହିପରି ହରିୟାଣାର ନେତା ଚୌଧୁରୀ ନିର୍ମଳ ସିଂଙ୍କୁ ଦଳ ନେଶନାଲ ଜଏଣ୍ଟ ସେକ୍ରେଟାରୀ କରିଛି।

ଏଏପି ଶୀର୍ଷ ନେତୃତ୍ୱରେ ହରିୟାଣା ପାଇଁ ହୋଇତିବା ନବ ନିଯୁକ୍ତିରେ ଜଣେ ସିନିୟର ଭାଇସ ପ୍ରେସିଡେଣ୍ଟ ଓ ୩ ଭାଇସ ପ୍ରେସିଡେଣ୍ଟ ବି ନିଯୁକ୍ତ କରିଛି। ଅନୁରାଗ ଡାଂଡାଙ୍କୁ ସିନିୟର ଭାଇସ ପ୍ରେସିଡେଣ୍ଟ, ବଲବୀର ସିଂ ସୌନି, ବାଂତା ସିଂ ବାଲ୍ମିକି ଓ ଚିତ୍ରା ସରଭାରାଙ୍କୁ ଭାଇସ ପ୍ରେସିଡେଣ୍ଟ କରାଯାଇଛି।
ସୂଚନାଯୋଗ୍ୟ, ଅଶୋକ ତନୱାର ହରିୟାଣା କଂଗ୍ରେସର ସଭାପତି ରହି ସାରିଛନ୍ତି। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡାଙ୍କ ସହ ବିବାଦ ଯୋଗୁ ତାଙ୍କୁ ଅଧ୍ୟକ୍ଷ ପଦ ହରାଇବାକୁ ପଡିଲା। ସେବେଠାରୁ ସେ ଦଳ ଉପରେ ରାଗି ଯାଇଥିଲେ, ସେତେବେଳେ ଅଶୋକ ତନୱାର ରାହୁଲ ଗାନ୍ଧୀଙ୍କ ନିକଟତର ବୋଲି କୁହାଯାଉଥିଲା।

 

Share